ଅଁଳାଭଟାଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅଁଳାଭଟା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଦୁଇ ନମ୍ବର ଜୁନ ର ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ବ୍ଲକ ବିଜେଡି ସଭାପତି ମିନକେତନ ପୁଝାରୀ, ସ୍ଥାନୀୟ ସରପଞ୍ଚ ଭଗବତୀ ନାଏକ, ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ଅଗ୍ରୱାଲ, ଗ୍ରାମ ରେ ଗନ୍ତାୟତ ସଦାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ କୃଷି ସମବାୟ ସମିତି ହେବା ଦ୍ବାରା ଅଁଳା ଭଟା ଗ୍ରାମ ପଞ୍ଚାୟତର କୋକୋଡି, ପୋଡାଖୋଲ, ପୋଟାକୋସମି, ଚାଚିଗୁଡା, ସାଗଯୋରର ଚାଷୀମାନେ ତାଙ୍କର ଉପାର୍ଜିତ ଶଶ୍ୟ ବିକ୍ରୟ କରିବା ସହିତ ସୁଲଭମୂଲ୍ୟରେ ରାସାୟନିକ ସାର ପାଇପାରିବେ ଏବଂ ଏହି ପ୍ରାଥମିକ ସମବାୟ ସମିତିରୁ ବିନା ସୁଧରେ ୠଣ ପାଇ ପାରିବେ ବୋଲି  ବିଧାୟକ ତାଙ୍କର ଅଭିଭାଷଣରେ କହିଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିରଞ୍ଚି ନାଏକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚୁଡ଼ାମଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.