ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ବିୟୋଗରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ତରଫରୁ ସଂସଦର ସମ୍ମିଳନୀ କକ୍ଷ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ସୌରଭ ରଞ୍ଜନ ଖମାରୀ ଶୋକ ପ୍ରସ୍ତାବ ଆଗତ କରିଥିଲା ବେଳେ ଏକାଡେମୀ ଜିଲ୍ଲା ସଦସ୍ୟ ଡକ୍ଟର ଦେବାଶିଷ ପାଣ୍ଡିଆ ଦିବଂଗତ ପ୍ରତିଭାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ, ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ନାଟ୍ୟ ନିର୍ଦ୍ଦେଶକ ମନୋଜ ବାରିକ, କବି ଲଷ୍ମୀନାରାୟଣ ସାହୁ, କବି ରଞ୍ଜୁ ଅମାତ, ବନମାଳୀ ପଣ୍ଡା, ଆଦି ସଂସଦର ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।