ଦୁନିଆ ଦେଖିବା ଆଗରୁ ଦୁଇଆଖି ହରାଇ ବସିଛି ଶୁଭମ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମାତ୍ର ତିନି ବର୍ଷର କଅଁଳ ଶିଶୁ। ଦୁନିଆ ଦେଖିବା ପୂର୍ବରୁ ତାର ଦୁଇଟି ଯାକ ଆଖି ହରାଇ ଗରିବ ବାପାମାଆଙ୍କ ପାଇଁ ବୋଝ ପାଲଟିଛି। ଖଲ୍ଲିକୋଟ ଏନଏସିର ୫ ନମ୍ବର ୱାର୍ଡ ନିବାସୀ କୃଷ୍ଣଚନ୍ଦ୍ର ବେହେରାଙ୍କ ଏକମାତ୍ର ପୁଅ ଶିଶୁମାନଙ୍କ ମେଳରେ ଖେଳିବା ପୂର୍ବରୁ ତା ଆଗରେ ଖାଲି ଅନ୍ଧାର ଆଉ ଅନ୍ଧାର ମାଡି ଆସିଛି। ଯାହା ଫଳରେ ଭବିଷ୍ୟତର ଲମ୍ବା ଚିନ୍ତାରେ ଘାରି ହେଉଛନ୍ତି ପରିବାର। ଶୁଭମ ଛୋଟ ସମୟରେ ଘରେ ଖେଳୁଥିବା ବେଳେ ଘର ଏରୁଣ୍ଡିରେ ମାଡ ହୋଇ ଗୋଟିଏ ଆଖି ନଷ୍ଟ ହୋଇଥିବା ବେଳେ ଅନ୍ୟ ଆଖିରେ ଏକ ବଲପେନ ଫୁଟିଯିବା ଫଳରେ ନଷ୍ଟ ହୋଇଗଲା। ବର୍ତ୍ତମାନ ଶୁଭମ ଦୁଇଟି ଯାକ ଆଖି ନଷ୍ଟ ହୋଇ ଦୃଷ୍ଟିଶକ୍ତି ହରାଇ ବସିଛ। ବାପା କୃଷ୍ଣଚନ୍ଦ୍ର ବେହେରା ଶ୍ରମଜୀବୀ ଭାବେ ତିନି ପ୍ରାଣୀ କୁଟୁମ୍ବ ପୋଷିଥାନ୍ତି। ତେବେ ଧାର କରଜ କରି ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସା କରିଥିବା ବେଳେ ବ୍ରହ୍ମପୁର ସିଟି ହସ୍ପିଟାଲ ସମେତ ଭୁବନେଶ୍ୱର ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା କରିଥିବା ବେଳେ ଅର୍ଥ ପ୍ରତିବନ୍ଧକ ସାଜିଛି। ତେବେ ପ୍ରଶାସନ ନିକଟରେ ବହୁବାର ନେହୁରା ହେଵା ସତ୍ତ୍ୱେ କୌଣସି ସହାୟତା ମିଳିପାରିନି। ତେବେ କୌଣସି ସାମାଜିକ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢ଼ାଇ ଶୁଭମକୁ ଅନ୍ଧତ୍ୱରୁ ମୁକ୍ତିଦେବା ପାଇଁ ଶୁଭମର ମାଆ ରଙ୍କୁ ବେହେରା କୋହ ଓ ଅଶ୍ରୁ ସଜଳ ନୟନରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.