ଜନସଂଖ୍ୟା ସ୍ଥିରତା ପକ୍ଷରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି

ପ୍ରଚାର ରଥରୁ ସୂଚନା ପାଇ ପୁରୁଷ ପରିବାର ନିୟୋଜନ ସେବା ପାଇଁ ଆଗଭର ହେଲେ ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ଜୁନ ୨୭ ତାରିଖରୁ ଜନସଂଖ୍ୟା ମୋବିଲାଇଜେସନ ପକ୍ଷ ଏବଂ ୧୧ ଜୁଲାଇରୁ ଜନସଂଖ୍ୟା ସ୍ଥିରତା ପକ୍ଷ ଆରମ୍ଭ ହୋଇଯାଇଛି। ତେବେ ମୋବିଲାଇଜେସନ ପକ୍ଷରେ ନିଆଯାଇଥିବା ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ସୁଫଳ ସ୍ଥିରତା ପକ୍ଷରେ ଦେଖିବାକୁ ମିଳିଛି। ସ୍ଥିରତା ପକ୍ଷରେ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର, ଆୟୁସିଡି, ଅନ୍ତରା, ଗର୍ଭ ନିରୋଧକ ବଟିକା, କଣ୍ଡୋମ ଆଦି ସେବା ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର ଶୁଭାରମ୍ଭ କରିଛି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର। ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଦୁଇଜଣ ହିତାଧିକାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନଏସଭି କରାଯାଇଛି। ଶୈଳ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଦୁର୍ଗାଦତ୍ତ ଦାଶ ଉଭୟ ହିତାଧିକାରୀଙ୍କୁ ସେବା ପ୍ରଦାନ କରିଥିବା ବେଳେ ନର୍ସିଂ ଅଫିସର ପ୍ରେମଶୀଳା ଟେଟେ ଏବଂ ଏଟେଣ୍ଡାଣ୍ଟ ସତ୍ୟନାରାୟଣ ସିନ୍ଦିରିଆ ଅପରେସନ ଥିଏଟରରେ ବିଶେଷଜ୍ଞ ଡାକ୍ତରଙ୍କୁ ସହଯୋଗ କରିଥିଲେ। ଆଗକୁ ଉପଯୁକ୍ତ ସୂଚନା ପ୍ରଦାନ ସହ ଆହୁରି ଅନେକ ହିତାଧିକାରୀଙ୍କୁ ଏନଏସଭି ପରି ସରଳ ପରିବାର ନିୟୋଜନ ପଦ୍ଧତି ପାଇଁ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଚାର ରଥରୁ ସୂଚନା ପାଇ ପୁରୁଷ ପରିବାର ନିୟୋଜନ ପଦ୍ଧତି ଆପଣାଇବାକୁ ଆଗଭର ହେଲେ ବୋଲି ଜଣେ ହିତାଧିକାରୀ ରଘୁ ଅରକ୍ଷିତ ଭୁଏ ପ୍ରକାଶ କରି ଆଗକୁ ନିଜ ବନ୍ଧୁମାନଙ୍କୁ ଏହି ସରଳ ପଦ୍ଧତି ଆପଣାଇବାକୁ ପ୍ରବର୍ତ୍ତାଇବେ ବୋଲି ସେ କହିଥିବା ବେଳେ ଏହାକୁ ସ୍ଵାସ୍ଥ୍ୟଶିକ୍ଷା ଏବଂ ସ୍ଵାସ୍ଥ୍ୟ ଯୋଗାଯୋଗର ଏକ ବଡ ସଫଳତା ବୋଲି ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଉଲ୍ଲେଖ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଅନ୍ୟ ପରିବାର ନିୟୋଜନ ପଦ୍ଧତିକୁ ଲୋକ ସହଜରେ ଗ୍ରହଣ କରୁଥିବା ବେଳେ ପୁରୁଷ ପରିବାର ନିୟୋଜନ ପ୍ରତି ଲୋକେ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏହି ଧାରାରେ ପରିବର୍ତ୍ତନ ଆଣି ଲୋକଙ୍କୁ ଏନଏସଭି ପରି ସରଳ ସ୍ଥାୟୀ ପରିବାର ନିୟୋଜନ ପଦ୍ଧତି ପ୍ରତି ଆଗ୍ରହୀ କରାଇବାରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ପ୍ରୟାସକୁ ପ୍ରଶଂସା କରାଯାଉଛି। ପୁରୁଷ ପରିବାର ନିୟୋଜନ ସେବା ପ୍ରଦାନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ମନୋଜ କୁମାର ପ୍ରଧାନ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର, ସ୍ଵାସ୍ଥ୍ୟକର୍ମୀ ସରୋଜ କୁମାର ଗାନ, ଆଶାକର୍ମୀ ସୁମିତ୍ରା ସାହୁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.