ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ(୬୦) ଙ୍କ ପରଲୋକ ହେଇଯାଇଛି। ସେ ଜଣେ ଦକ୍ଷ ସଂଗଠକ ଭାବରେ ଯୁଗ ଯାତ୍ରୀ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରିଥିଲେ। ବ୍ୟକ୍ତିଗତ ଭାବେ ସାମାଜିକ ଶିକ୍ଷା ସଂଗଠକ (ଏସଇଓ) ଧର୍ମଗଡ ବ୍ଲକରୁ ଗତ ଜୁନ ମାସ ତିରିଶ ତାରିଖରେ ଅବସର ଗ୍ରହଣ କରିଥିଲେ। ଗତ କିଛି ମାସ ହେଲା ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ଜଣା ଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କରି ପରଲୋକ ଗତ କାଲି ସନ୍ଧ୍ୟାରେ ହେଇଥିବା ବେଳେ ଆଜି ମ.ରାମପୁର ସ୍ଥିତ ତାଙ୍କ ବାସ ଭବନକୁ ଆଣି ଆତ୍ମୀୟ ସ୍ୱଜନଙ୍କ ଦ୍ଵାରା ଶେଷ ଦର୍ଶନ ପରେ ଶେଷ କୃତ୍ୟ ସଂପନ୍ନ ହେଇଥିଲା। ତାଙ୍କରି ବିୟୋଗରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ର, ସମ୍ପାଦକ ହେମନ୍ତ ସାହୁ, ସଦସ୍ୟ ନୀଳ ମାଧବ ସିଂହଦେଓ, ସରସ୍ଵତୀ ମିଶ୍ର, ଅମିତ୍ ଅଗ୍ରୱାଲ(ପପୁ), ସତ୍ୟଜିତ ଚାଟାର୍ଜୀ, ପ୍ରକାଶ ଭୋଇ, ନାରାୟଣ ମହାଳିକ, କୌତୁକ ପନ୍ଦର, ଗଣପତି ନାୟକ, ଶିବ ଶଙ୍କର ପଟ୍ଟନାୟକ, ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ସତ୍ୟ ନାରାୟଣ ସାହୁ, ଚିନ୍ମୟୀ ନାୟକ, ରାମେଶ୍ୱର ପ୍ରସାଦ ସାହୁ, ମାନସ ରଞ୍ଜନ ପ୍ରହରାଜ, ପରମାନନ୍ଦ ବିଶିପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.