ଖଲ୍ଲିକୋଟ ଏନଏସିର ଏକାଦଶ ବୈଠକ

ମୁକ୍ତା ଯୋଜନା ମାଧ୍ୟମରେ ୪୯ଗୋଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩କୋଟି ୯୬ଲକ୍ଷ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମୁକ୍ତା ଯୋଜନା ମାଧ୍ୟମରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୪୯ ଗୋଟି ପ୍ରକଳ୍ପ ପାଇଁ ସର୍ବାଧିକ ଅନୁଦାନ ୩କୋଟି ୯୬ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ ଓ ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନୀ କୁମାରୀ ଦେଓଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏନଏସି ଅଧକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାଉନସିଲରମାନଙ୍କ ବୈଠକରେ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ବସ୍ତି ବାସିନ୍ଦା ଥାଇଥାନ ଓ ବିଜୁ ଆଦର୍ଶ କଲୋନୀ, ପରିବେଶ ପରିମଳ, ପାଞ୍ଚ ହଜାର ବୃକ୍ଷରୋପଣ, ନିର୍ମଳଝର, ରାଧାକାନ୍ତ ମନ୍ଦିର ଆଲୋକୀକରଣ ଓ ସୌନ୍ଦର୍ଯ୍ୟକାରଣ, ପୋଖରୀ ପୁନଃରୁଦ୍ଧାର ଓ ଆଲୋକୀକରଣ, ଭେଣ୍ଡିଙ୍ଗ ଜୋନ ଖୋଲା ସ୍ଥାନ, ଜିମ, ମିନି ପାର୍କ, ପକ୍କା ରାସ୍ତା ଓ ନାଳ ନିର୍ମାଣ, ପରିଚୟ ଗୃହ ପଭୃତି ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ଆଗାମୀ ନଭେମ୍ବର ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଉକ୍ତ ବୈଠକରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟାକ୍ଷ ଲିଲି ସାହୁ ଓ ନିର୍ବାହୀ ଅଧିକାରୀ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ପଟ୍ଟନାୟକ, ସୁଜାତା କୁମାରୀ ସାମନ୍ତ, ବଳରାମ ବେହେରା, ନାରାୟଣ ପ୍ରଧାନ, ନାରାୟଣ ପାଢ଼ୀ ସମେତ ପରିଷଦର ସମସ୍ତ ସଭ୍ୟ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.