ଗଣନାଥପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଉଚ୍ଚ ବିଦ୍ୟାଳୟଠାରେ ଏକ ଶିକ୍ଷକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ପ୍ରିୟରଞ୍ଜନ ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଏବିଇଓ ହୃଷୀକେଶ ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନେଗୀ, ଶିକ୍ଷକ ନେତା ପ୍ରକୃତିବନ୍ଧୁ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉଦେପୁର ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଣନାଥପୁର କ୍ଲଷ୍ଟରରୁ ଅନ୍ୟ ବିଦ୍ୟାଳୟକୁ ଲେଭେଲ-୩ ପ୍ରଧାନଶିକ୍ଷକ ପ୍ରମୋସନ ପାଇ ଯୋଗ ଦେବାକୁ ଯାଉଥିବା ଜଗନ୍ନାଥ ପ୍ରସାଦ ଦାଶ, ଶରତ ଚନ୍ଦ୍ର ସା, ରବୀନ୍ଦ୍ର ନାଥ ଦାଶ, ସୁଜାତା ଯୋଶୀ, ରାସେଶ୍ୱରୀ ନାଏକଙ୍କୁ କ୍ଲଷ୍ଟର ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କ୍ଲଷ୍ଟରକୁ ନୂତନ ଲେଭେଲ୍-୩ ପ୍ରଧାନଶିକ୍ଷକ ଭାବରେ ଶେଷଦେବ ମିଶ୍ର ଓ ଜ୍ୟୋତ୍ସ୍ନା ମଞ୍ଜରୀ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଉପଢୌକନ ଓ ପ୍ରୀତି ଉପହାର ଦିଆଯାଇଥିଲା। କାର୍ଯ୍ୟକ୍ରମଟିକୁ ଗଣନଥପୁର ସିଆରସିସି ବିଶ୍ୱଜିତ ରାୟ ପରିଚାଳନା କରିଥଲେ। ଶେଷରେ ଶିକ୍ଷକ ମନୋଜ କୁମାର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.