ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସମନ୍ୱୟ ବୈଠକ

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ୧୦ ଅଗଷ୍ଟ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ l ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଏହି ଦିନ ମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ, ଡି.ଇ.ସି ଓ ଆଇବରମେକଟିନ ଟ୍ୟାବଲେଟ ଖୁଆଇବେ l ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ବୈଠକରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ ବୈଠକରେ ସୂଚନା ଦେବାସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଔଷଧ ୨ ବର୍ଷ ରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା କିମ୍ବା ଅତିଶୟ ଗୁରୁତର ରୋଗରେ ଶଯ୍ୟା ପୀଡିତ ଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେବନ କରାଯିବ l କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ରୋଗର ଲକ୍ଷଣ ସଙ୍ଗେ ସଙ୍ଗେ ଜଣା ପଡ଼ିନଥାଏ ବରଂ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦରଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ l ବୈଠକରେ ଜିଲ୍ଲାପାଳ ଶ୍ରୀ ଵିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବାସହ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବା ଏବଂ ସାମୁହିକ ଔଷଧ ସେବନର ନିର୍ଦ୍ଧାରିତ ୫ ବର୍ଷ ଅବଧି ମଧ୍ୟରେ ଜିଲ୍ଳା ରୁ ଏହି ରୋଗର ମୁଳୋତ୍ପାଟନ ଉପରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ସେ ଆହୁରି କହିଛନ୍ତି କି ଜିଲ୍ଲାର ପ୍ରତ୍ୟେକ ବିଭାଗ ସମନ୍ୱୟ ପୂର୍ବକ କାର୍ଯ୍ୟକ୍ରମ ରେ ସାମିଲ ହେବାସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ସ୍ତରରେ ପ୍ରାର୍ଥନା ସଭାରେ ତଥା ଅଭିଭାବକ – ଶିକ୍ଷକ ବୈଠକରେ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ସହ ଅଭିଭାବକ ଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ପାଇଁ ପଦକ୍ଷେପ ନେବେ ସେହିପରି ପଞ୍ଚାୟତ ସ୍ତରରେ ପଲ୍ଲିସଭା ମାଧ୍ୟମରେ ସମସ୍ତ ଜନପ୍ରତିନିଧି ସହ ଜନସାଧାରଣ ଙ୍କୁ ସାମିଲ ପୂର୍ବକ ଏହି କାର୍ଯ୍ୟକ୍ରମ ର ବ୍ୟାପକ ସଚେତନତା ନିମନ୍ତେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାକୁ ଆଗାମୀ ଦିନରେ ଫ୍ୟାଲେରିଆ ମୁକ୍ତ କରିବାକୁ ପ୍ରତ୍ୟେକ ସମ୍ପୃକ୍ତ ଅଧିକାରୀ ନିଜ ନିଜ ବିଭାଗୀୟ କର୍ମକର୍ତ୍ତା ଙ୍କୁ ନେଇ ତୃଣ ମୂଳ ସ୍ତରରେ ଆବଶ୍ୟକ ସଚେତନତା ନିମନ୍ତେ ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହ ଯତ୍ନବାନ ହେବାକୁ ଆହ୍ୱାନ କରିଛନ୍ତି l ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଞ୍ଚଳ ଜନବସତିର ସମସ୍ତ ଯୋଗ୍ୟ ଲୋକ ଯେପରି ଔଷଧ ସେବନ ରେ ନିଶ୍ଚିତ ସାମିଲ ହୋଇ ଔଷଧ ସେବନ କରିବେ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ l କାର୍ଯ୍ୟକ୍ରମ ବ୍ୟବସ୍ଥିତ ଓ ସୁଚାରୁସମ୍ପାଦନ ନିମନ୍ତେ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଔଷଧ ସେବନ କରାଇବା ନିମନ୍ତେ ୨୫୮୪ ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି ପୁନଶ୍ଚ କାର୍ଯ୍ୟକୁ ସୁନିଶ୍ଚିତ ଓ ତଦାରଖ କରିବା ନିମନ୍ତେ ୨୫୭ ଜଣ ସୁପରଭାଇଜର ଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡି ଇ ସି ଟ୍ୟାବଲେଟ, ଆଲବେଣ୍ଡlଜଳ, ଆଇଭରମେକ୍ଟିନ ଟ୍ୟାବଲେଟ ଜିଲ୍ଲାକୁ ଆସିଥିବା ବୈଠକରେ ସୂଚନା ଦିଆଯାଇଛି l କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁ ପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ , ବ୍ଲକ ଲେବେଲ ଓ ମୁନିସିପାଲିଟି ଲେବେଲ ରେ ରେପିଡ ରେସପନ୍ସ ଟିମ ଗଠନ କରାଯାଇ ଦାଇତ୍ଵ ଦିଆଯିବା ଉପରେ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ l କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସଦସ୍ୟ ଡ଼ଃ ନିଶିଥ ଦାଶ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ଥିବା ସୂଚନା ପ୍ରଦାନ ସହ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ l ଭେକଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ଚନ୍ଦ୍ର ଶେଖର ମିଶ୍ର, ଜିଲ୍ଲାରେ ଫେଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ତା ସମ୍ପର୍କରେ ପାୱାର ପ୍ରେଜେଣ୍ଟେସନ ଦ୍ୱାରା ତଥ୍ୟ ପ୍ରଦାନ କରିଥିଲେ l ଆଜିର ଏହି ଦ୍ଵିତୀୟ ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢ଼ୀ , ସି ଡି ଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ, ଭି ଭି ଡି ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚଓ, ଜିଲ୍ଲା ଟି ବି ଅଧିକାରୀ ପଦ୍ମହଂସ ଦୋରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡିପିଏମଏନଏଚଏମ ଶ୍ରୀ ବିଶ୍ୱମ୍ବର ବେହେରା, ଯବ କୀମସନ ପଧାନ, ଜିଲ୍ଲା ସଂଯୋଜକ ଫ୍ୟାଲେରିଆ କାର୍ଯ୍ୟକ୍ରମ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସୁବର୍ଣ୍ଣପୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.