ଝରାପଡାବାସୀଙ୍କ ଦୁର୍ଦ୍ଦଶା କାହାଣୀ ଜାଣି ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲାପାଳ

‘ଓଡ଼ିଆ ବାର୍ତ୍ତା’ ପ୍ରଭାବ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମ ପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ସମ୍ବାଦ ‘ଓଡ଼ିଆ ବାର୍ତ୍ତା’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚିଥିଲେ l ଏବଂ ଏଇ ବସ୍ତିର ଲୋକଙ୍କ ସହିତ ସବୁ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ସ୍ପଟରେ ଉପସ୍ଥିତ ଥିବା ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ କରିଥିଲେ l ପ୍ରଥମେ ଏଠାରେ ପ୍ରକୃତରେ କେତେ ପରିବାର ବସବାସ କରୁଛନ୍ତି, କେତେ ଲୋକଙ୍କ ଭୋଟ ପରିଚୟ, ଆଧାର କାର୍ଡ ହୋଇଛି ସଠିକ ତଥ୍ୟ ପାଇଁ ସର୍ଭେ କରିବାକୁ ଏବଂ ଖୁବ ଶୀଘ୍ର ଏ ଭୂମିହୀନଙ୍କୁ ୩ ଡ଼ିସିମିଲ ଲେଖାଏଁ ଜମି ପ୍ରଦାନ, ସୋଲାର ଲାଇଟ ଓ ପିଇବା ପାଣିର ସୁବିଧା କରିବାକୁ ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଆଜି ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ନିର୍ଦ୍ଧେଶ କରିଛନ୍ତି l ଜ଼ିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ ଓ ସ୍ପର୍ଟ ଭିଜିଟକୁ ଅଞ୍ଚଳବାସୀ ଓ ଜ଼ିଲ୍ଲାର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.