ଦୀପୁ ପାତ୍ର ହେଲେ ଯୁବ କଂଗ୍ରେସର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି

ଯୁବ କଂଗ୍ରେସ ସଙ୍ଗଠନକୁ ନର୍ଲାରେ ସୁଦୃଢ କରିବା ମୋର ମୁଖ୍ୟ ଲକ୍ଷ୍ୟ -ଦୀପୁ ପାତ୍ର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠନ ସଜାଡୁଥିବା ଦେଖିବାକୁ ମିଳୁଛି । ଆଗରୁ ପ୍ରତି ବ୍ଲକ ସ୍ତରରେ ଦଳୀୟ ସଭାପତି ଏବଂ କମିଟି ଗଠନ ପ୍ରକ୍ରୀୟ। ବ୍ୟବସ୍ଥା ରହିଥିଲା । ହେଲେ ଆଗାମୀ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକ୍ରମ ଆଗେଇ ନେବାପାଇଁ, ସଂଗଠନ ଅଭିବୃଦ୍ଧି ପାଇଁ ଅଳ୍ପ ଦିନତଳେ ବିଜେଡି କେବଳ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ନିଯୁକ୍ତି ଦେଇଥିଲା । ଜାତୀୟ କଂଗ୍ରେସ ମଧ୍ୟ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ନିଯୁକ୍ତି ଦେଇଛି । ଏହି କ୍ରମରେ ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଭାବରେ ଯୁବ ପ୍ରତିଭା ଦୀପୁ ପତ୍ରଙ୍କୁ ଦଳ ନିଯୁକ୍ତି ଦେଇଛି । ଦୀପୁ ପାତ୍ର ଦୀର୍ଘ ଦିନରୁ କଂଗ୍ରେସର ଜଣେ ସକ୍ରୀୟ କର୍ମୀ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ତିନି ବର୍ଷ ଧରି ନର୍ଲା ବ୍ଲକ ଯୁବ ସଭାପତି ଭାବରେ କାର୍ଯ୍ୟକରି ଆସୁଥିଲେ । ନିଜର କାର୍ଯ୍ୟ ଦକ୍ଷତା ଓ ସ୍ନେହଶୀଳ ସ୍ଵଭାଵ ପାଇଁ ନର୍ଲା ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଶ୍ରଦ୍ଧା ଭାଜନ ହୋଇ ପାରିଛନ୍ତି । ଜଣେ ଦକ୍ଷ ସଂଗଠକ ଭାବରେ ଅଞ୍ଚଳର ଯୁବକ ମାନଙ୍କୁ କଂଗ୍ରସ ବ୍ୟାନର ତଳେ ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ଓ ଦୁର୍ନୀତିକୁ ବିରୋଧ କରି ଆସୁଥିଲେ । ଏହାବାଦ ଜଣେ କ୍ରୀଡ଼ାବିତ ଭାବରେ ନର୍ଲା ର ଯୁବ ଗୋଷ୍ଠୀଙ୍କୁ ନେଇ ନର୍ଲା ରେ ପ୍ରତିବର୍ଷ ଫୁଟବଲ, କ୍ରିକେଟ ଭଳି କ୍ରୀଡ଼ାର ଆୟୋଜନ କରି ବହୁ ପ୍ରଶଂସିତ ହୋଇଛନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସମାଜକୁ ମେସେଜ ଦେଇ କ୍ରୀଡ଼ାକ୍ଷେତ୍ରରେ ନର୍ଲାରେ ଏକ ଯୁକ୍ତତ୍ମକ ଧାରା ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ଆଜି ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦୀପୁ ପାତ୍ର ଭଳି ଜଣେ ଉଦୀୟମାନ ଯୁବ ସଂଗଠକଙ୍କୁ ଦାଇତ୍ୱ ଅର୍ପଣ କରିଥିବାରୁ ନର୍ଲା ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସଂଗ୍ରାମୀ ନେତା କଳାହାଣ୍ଡିର ଭୂମିପୁତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ସୁପୁତ୍ର ଯୁବ ନେତୃତ୍ୱ ସାଗର ଚରଣ ଦାସ ମୋର ଆଦର୍ଶ । ତାଙ୍କ ସହ ମିଶି ନର୍ଲା ତଥା ଜିଲ୍ଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ମୋର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଦୀପୁ ପାତ୍ରଙ୍କୁ ଏନେଇ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.