ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ । ମୋହାଲୀ, ଇନ୍ଦୋର ଓ ରାଜକୋଟରେ ଏହି ମ୍ୟାଚଗୁଡିକ ଖେଳାଯିବ । ଏହା ପରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୨୩ରୁ ଆରମ୍ଭ ହେବ । ୨୦୨୪ ଆରମ୍ଭରେ ଭାରତ ଗସ୍ତରେ ଆଫଗାନିସ୍ତାନ ଆସିବ । ମୋହାଲୀ, ଇନ୍ଦୋର ଓ ବାଙ୍ଗାଲୋରରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜର ସମାପ୍ତି ପରେ ଜାନୁୟାରୀ ୨୫ରୁ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇଂଲଣ୍ଡ ବିପକ୍ଷରେ ଖେଳିବ । ମ୍ୟାଚଗୁଡିକ ହାଇଦ୍ରାବାଦ, ଭାଇଜାଗ, ରାଜକୋଟ, ରାଂଚି ଓ ଧର୍ମଶାଳାରେ ଖେଳାଯିବ ।


କାର୍ଯ୍ୟସୂଚୀ
ଅଷ୍ଟ୍ରେଲିଆର ଭାରତ ଗସ୍ତ
ପ୍ରଥମ ଦିନିକିଆ-ମୋହାଲୀ-ସେପ୍ଟମ୍ବର ୨୨- ଅପରାହ୍ନ ୧ଟା ୩୦ରୁ
ଦ୍ୱିତୀୟ ଦିନିକିଆ-ଇନ୍ଦୋର-ସେପ୍ଟମ୍ବର ୨୪-ଅପରାହ୍ନ ୧ଟା ୩୦ର
ତୃତୀୟ ଦିନିକିଆ-ରାଜକୋଟ-ସେପ୍ଟମ୍ବର ୨୭-ଅପରାହ୍ନ ୧ଟା ୩୦ର
ଟି୨୦ ସିରିଜ
ପ୍ରଥମ ଟି୨୦-ଭାଇଜାଗ-ନଭେମ୍ବର ୨୩- ସନ୍ଧ୍ୟା ୭ଟାରୁ
ଦ୍ୱିତୀୟ ଟି୨୦-ତ୍ରିଭେନ୍ଦ୍ରମ-ନଭେମ୍ବର ୨୬-ସନ୍ଧ୍ୟା ୭ଟାରୁ
ତୃତୀୟ ଟି୨୦-ଗୌହାଟୀ-ନଭେମ୍ବର ୨୮-ସନ୍ଧ୍ୟା ୭ଟାରୁ
ଚତୁର୍ଥ ଟି୨୦-ନାଗପୁର-ଡିସେମ୍ବର ୧-ସନ୍ଧ୍ୟା ୭ଟାରୁ
ପଂଚମ ଟି୨୦-ହାଇଦ୍ରାବାଦ-ଡିସେମ୍ବର ୩-ସନ୍ଧ୍ୟା ୭ଟାରୁ

ଆଫଗାନିସ୍ତାନର ଭାରତ ଗସ୍ତ
ପ୍ରଥମ ଟି୨୦-ମୋହାଲୀ- ଜାନୁୟାରୀ ୧୧
ଦ୍ୱିତୀୟ ଟି୨୦-ଇନ୍ଦୋର-ଜାନୁୟାରୀ ୧୪
ତୃତୀୟ ଟି୨୦-ବାଙ୍ଗାଲୋର-ଜାନୁୟାରୀ ୧୭

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

ପ୍ରଥମ ଟେଷ୍ଟ-ହାଇଦ୍ରାବାଦ- ଜାନୁୟାରୀ ୨୫ରୁ ୨୯
ଦ୍ୱିତୀୟ ଟେଷ୍ଟ-ଭାଇଜାଗ-ଫେବୃୟାରୀ ୨ରୁ ୦୬
ତୃତୀୟ ଟେଷ୍ଟ-ରାଜକୋଟ-ଫେବୃୟାରୀ ୧୫ରୁ ୧୯
ଚତୁର୍ଥ ଟେଷ୍ଟ-ରାଂଚୀ-ଫେବୃୟାରୀ ୨୩ରୁ ୨୭
ପଂଚମ ଟେଷ୍ଟ-ଧର୍ମଶାଳା-ମାର୍ଚ୍ଚ ୭ରୁ ୧୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.