ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ଗୋଡଭଞ୍ଜା ଗୋଲେଇ ଛକ ନିକଟରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ କରିଛି ଧର୍ମଗଡ଼ ପୋଲିସ । ମୃତ ବ୍ୟକ୍ତି ଜଣକ ଧର୍ମଗଡ଼ ଥାନା ଅନ୍ତର୍ଗତ ଚ୍ଛିଲିପା ଗ୍ରାମର ମଧୁସୂଦନ ନାଏକ (୩୫) ବୋଲି ଜଣାପଡିଛି । ସୂଚନା ମତେ ମୃତ ବ୍ୟକ୍ତି ଜଣକ କାବାଡ଼ି ବ୍ୟବସାୟ କରୁଥିବା ବେଳେ ଗତ କାଲି ସକାଳୁ କାମରେ ବାହାରି ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁତ୍ ଖୋଜା ଖୋଜି କରି ପାଇ ନ ଥିଲେ । ହେଲେ ଆଜି ସକାଳୁ ବିଜୁ ଏକ୍ସପ୍ରେସ ୱେ ଗୋଡ ଭଞ୍ଜା ଗୋଲେଇ ଛକ ରାସ୍ତା କଡ ଗଛ ବୁଦା ଭିତରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ସହ ପାଖରେ ଏକ ସାଇକଲ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳ ପହଞ୍ଚି ଶବ ଜବତ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ତେବେ ପରିବାର ଲୋକେ ଶବ ଚିହ୍ନଟ କରିଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଧର୍ମଗଡ଼ ପୋଲିସ ସୂଚନା ଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.