ୱେଷ୍ଟଇଣ୍ଡିଜର ବିମାନ ସେବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ ଇଣ୍ଡିଆ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିବା ପରେ ଏବେ ଦିନିକିଆ ସିରିଜ ଉପରେ ନଜର ରହିଛି । ତେବେ ୱେଷ୍ଟଇଣ୍ଡିଜରେ ବିମାନ ସେବା ନେଇ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତ୍ରିନିଦାଦରୁ ବାରବାଡୋସ ଯିବା ପୂର୍ବରୁ ସେମାନଙ୍କୁ ୬ ଘଂଟା ଅପେକ୍ଷା କରିବାକୁ ପଡିଥିଲା । ରାତି ୧୧ଟା ଫ୍ଲାଇଟରେ ଯିବା ବଦଳରେ ସେମାନେ ସକାଳ ୪ଟାରେ ଯାଇଥିଲେ । ଟିମ ଇଣ୍ଡିଆ ପକ୍ଷରୁ ଏ ନେଇ ବିିସିସିଆଇ ନିକଟରେ ଅଭିଯୋଗ କରାଯାଇଛି । ଯଦି ଅନାବଶ୍ୟକ ବିଳମ୍ବ ହେଉଛି ତେବେ ଦିନରେ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ହୋଟେଲରେ ବିଶ୍ରାମ କରିହେବ ବୋଲି ସେମାନେ କହିଛନ୍ତି ।

ଟେଷ୍ଟ ଟିମର ଅଧିକାଂଶ ଖେଳାଳି ଦିନିକିଆ ଦଳରେ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆବଶ୍ୟକ ବିଶ୍ରାମ ପାଇପାରୁ ନ ଥିବାରୁ ସେମାନେ ଏହି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ସୀମିତ ଓଭର ସ୍ପେଶାଲିଷ୍ଟ ଖେଳାଳି ସିଧାଦଳଖ ବାରବାଡୋସରେ ପଂହଚିଛନ୍ତି । ୨୯ ଜୁଲାଇରେ ଦ୍ୱିତୀୟ ଦିନିକିଆ ସରିବା ପରେ ଖେଳଳିମାନେ କୁଇନ୍ସ ପାର୍କ ଓଭାଲରୁ ଟି୨୦ ସିରିଜ ଖେଳିବା ପାଇଁ ତ୍ରିନିଦାଦ ଫେରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.