ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ବିଳନୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମୁଖ୍ୟଅତିଥି ଆନୁଷ୍ଠାନିକ ଭାବେ ସମ୍ବିଳନୀକୁ ଉଦଘାଟନ କରିଥିଲେ l ଏହି ସମ୍ବିଳନୀକୁ ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଶାରୀରିକ ନିରୀକ୍ଷକ ଅନ୍ତଯ୍ୟାମୀ ବିଶ୍ୱାଳ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର, ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନେ ଯେପରି ଆଗାମୀ ବର୍ଷମାନଙ୍କ କ୍ରୀଡାରେ ଉନ୍ନତମାନ ଖେଳ ପ୍ରଦର୍ଶନ କରି ପାରିବେ ସେପରେ ଆଲୋଚନା ହୋଇଥିଲା l ଏହି ବୈଠକରେ ବ୍ଲକସ୍ତରୀୟ ସ୍ଥାନ ନିର୍ଦ୍ଧାରିତ କରାଯାଇଥିଲା l ଏଥିରେ ଫୁଟବଳ ପାଇଁ ରେଙ୍ଗାଲି ବିଦ୍ୟାଳୟ, କେରମେଲି ସ୍କୁଲ କ୍ରିକେଟ, କବାଡି ସଇଁତଲା ସ୍କୁଲ ଓ ଆଥେଲେଟିକ ଖେଳ ପାଇଁ ଶିଶକେଳା ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ କ୍ରୀଡା ଆୟୋଜିତ ହେବ ବୋଲି ସଭାରେ ଆଲୋଚନା ହୋଇଥିଲା l ଏହି ପରିପେକ୍ଷୀ ନୂତନ ଜିଲ୍ଲା ଶାରୀରିକ ନିରୀକ୍ଷକ ଅନ୍ତଯ୍ୟାମୀ ବିଶ୍ୱାଳ, ଅବସର ପ୍ରାପ୍ତ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ଶେଷଦେବ ବାରିକ ଓ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିଥିବା ଚନ୍ଦ୍ରଶେଖର ବାହୁଙ୍କୁ ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ସଂଗଠନ ତରଫରୁ ମାନପତ୍ର ସହ ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏଥିରେ ଶାରୀରିକ ଶିକ୍ଷା ଶିକ୍ଷକ ସୁଦର୍ଶନ ନାୟକ, ବିନୋଦ ବିହାରୀ ବେହେରା, ପ୍ରଶାନନ୍ଦ ବାଗ, ଦିନମଣି ପୋଢ଼, ରାଧାଗୋବିନ୍ଦ ନାୟକ, ସ୍ଵାଗତିକା ଶତପଥି, ରଶ୍ମିତା ବିଶ୍ୱାଳ, ମିନା ଠାକୁର , ସୁନନ୍ଦ ପ୍ରଧାନ, ବଦ୍ରି ନାରାୟଣ ସାହୁ, ପ୍ରଫୁଲ୍ଲ ରଣା , ସତ୍ୟବାନ ସାହୁ, ଆଶୁତୋଷ ରାଜପଲିଆ, ସୁନୀଲ ମହାପାତ୍ର, ନରୋତ୍ତମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ବିଳନୀରେ ୩ କଲେଜ ଓ ୨୭ ଗୋଟି ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.