ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ ସିନିୟର ଖେଳାଳି ଅଂଶଗ୍ରହଣ କରିପାରିବେ । ୨୦୧୮ରେ ଭାରତୀୟ ଟିମକୁ ଏସିଆଡ ଖେଳିବା ପାଇଁ ଅନୁମତି ମିଳି ନ ଥିଲ । । କ୍ରୀଡା ମନ୍ତ୍ରଣାଳୟ ନିୟମ ଅନୁସାରେ ଟିମ ଇଭେଂଟରେ କେବଳ ୮ଟି ଦଳ ଅଂଶଗ୍ରହଣ କରିପାରିବେ । କ୍ରୋଏସିଆର କୋଚ ଇଗୋର ଷ୍ଟିମେକ ନେତୃତ୍ୱରେ ଭାରତୀୟ ଟିମ ସାଫ ଚାମ୍ପିୟନଶିପ ଜିତି ଫିଫା ର‌୍ୟାଙ୍କିଙ୍ଗର ୧୦୦ ମଧ୍ୟକୁ ଆସି ପାରିଛି ।

ଭାରତୀୟ ଫୁଟବଲ ଫେଡେରେଶନ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଦଳ ପଠାଇବା ନେଇ ବେଶ ଉତ୍ସାହିତ ଅଛି । ୧୯୭୦ ପରଠାରୁ ଭାରତ ଏସିଆନ ଗେମ୍ସରେ ପଦକ ଜିତିପାରି ନାହିଁ । ଏଥର ପଦକ ହାସଲ କରିବା ପାଇଁ ଭାରତକୁ ଜାପାନ, ଇରାନ ଓ ଦକ୍ଷିଣ କୋରିଆ ପରି ଶକ୍ତିଶାଳୀ ଟିମ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଏସିଆନ ଗେମ୍ସ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ ଆୟୋଜିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.