କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଆଜି ବୁଧବାର କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ସଂଯୋଜନା କରିଥିଲେ। ବୈଠକରେ ଜିଲ୍ଲା ଯାଦବ ଭବନ ନିର୍ମାଣ ଓ ସାଙ୍ଗଠନିକ ଆଲୋଚନା କରାଯାଇଥିଲା। ଯାଦବ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାର ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ତେଣୁ କିପରି ଶୀଘ୍ର ଯାଦବ ଭବନ ନିର୍ମାଣ ହୋଇପାରିବ ସେନେଇ ଜିଲ୍ଲା ଓ ବ୍ଲକ କାର୍ଯ୍ୟକର୍ତ୍ତାମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭା ସମ୍ପାଦକ ତଥା ଜିଲ୍ଲା ଲିଗାଲ ଏଡଭାଇଜର କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପ ସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ସହସମ୍ପାଦକ କିର୍ତ୍ତିଚନ୍ଦ୍ର ଗଉଡ, କୋଷାଧ୍ୟକ୍ଷ ତୁଲମଣି ନାଗ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ରାଉତ, ଭବାନୀପାଟଣା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହୀର, ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ପ୍ରସାଦ ଯୁଏଡ, ଭବାନୀପାଟଣା ଟାଉନ ସଭାପତି ରବୀନ୍ଦ୍ର ନାଥ ଯାଦବଙ୍କ ସମେତ ଅନେକ ବ୍ଲକର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.