ଓଡିଶାର ପ୍ରଥମ ଆଥଲେଟ ଭାବେ ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତର ଷ୍ଟାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ପାରା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରମୋଦ ଓଡିଶାର ପ୍ରଥମ ଆଥଲେଟ ଭାବେ ଏହି ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏସିଆନ ଗେମ୍ସ ଚୀନରେ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ୪ର୍ଥ ପାରା ଗେମ୍ସ ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂର୍ବରୁ ୨୦୧୦ରେ ଗୁଆଙ୍ଗଝୋଉରେ, ୨୦୧୪ରେ କୋରିଆରେ ଓ ୨୦୧୮ରେ ଜାକାର୍ତାରେ ପାରା ଗେମ୍ସ ସଫଳତାର ସହ ଆୟୋଜିତ ହୋଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ । ବିହାରର ବୈଶାଳୀର ସେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ କ୍ରୀଡା କ୍ୟାରିୟରରେ ଓଡିଶାରେ ବିକଶିତ ହୋଇଥିଲା । ଏସିଆନ ଗେମ୍ସ ଯୋଗ୍ୟତା ହାସଲ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.