ତମ ପାଇଁ କବିଟିଏ ମୁଁ
ଭକ୍ତ ଚରଣ ସୁନାନୀ
କବି ନୁହେଁ ମୁଁ
କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା
ଶବ୍ଦ ପରେ ଶବ୍ଦ ଯୋଡି
କାଗଜରେ ଧାଡ଼ି ଧାଡ଼ି
ଖଞ୍ଜିଦିଏ ଭାବନା ଓ କଳ୍ପନାର
ମଣି ମୁକୁତା।
କବି ନୁହେଁ ମୁଁ
କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା
କିଛି ହସ ଲୁହ ଢାଳି
କିଛି ସ୍ମୃତି ସ୍ବପ୍ନ ତୋଳି
ସାଜିଦିଏ ମିଳନ ଓ ବିରହର
ନାଲି ଅଳତା।