ଅବକାରୀ ବିଭାଗକୁ ପୁଣି ମିଳିଲା ସଫଳତା
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ବୁଧବାର ସକାଳ ସମୟରେ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ପ୍ରଥମେ ବୈଦ୍ୟନାଥ ଛକ ରେ ଗୋଟାଏ ଟିଭିଏସ ଜୁପିଟର ଗାଡି କୁ ଅଟକାଇ ଛତିଶଗଡ଼ ର ଲକ୍ଷ୍ମଣ ଯାଦବ ନାମକ ବ୍ୟକ୍ତି ଠାରୁ ୮ କେଜି ୧୩୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ହରଡ଼ଖୋଲ ଛକରୁ ଅନ୍ୟ ଏକ ଟିଭିଏସ ଜୁପିଟର ଗାଡି ରୁ ୧୨ କେଜି ଗଂଜେଇ ଜବତ କରି ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଅଞ୍ଚଳର ଜିତେନ୍ଦ୍ର ହରିପାଳ ଓ ସୁବର୍ଣ୍ଣପୁର ଜ଼ିଲ୍ଲାର ତରଭା ଥାନା ସାଗରପାଲି ଅଞ୍ଚଳ ର ଅଲେଖ କୁମ୍ଭାର କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଅବକାରୀ ଆରକ୍ଷୀ ଅଧିକ୍ଷୀକା ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି।