ଲାଞ୍ଜିଗଡ଼ରେ ବଢ଼ିଚାଲିଛି ହାତୀ ଉପଦ୍ରବ: ପୁଣି ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ଗଜ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିନକୁ ଦିନ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ଜଙ୍ଗଲି ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସମୟରେ ହାତୀପଲ ଘରଦ୍ୱାର ଭଙ୍ଗାରୁଜା କରିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। (ଶୁକ୍ରବାର) ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ମୂଷାନାଲ ସେକ୍ସନର କାନକୁଟ୍ରୁ ଗ୍ରାମପଞ୍ଚାୟତ ପାଇକବୋରି ଗାଁରେ ୮ଟି ଜଙ୍ଗଲି ହାତୀପଲ ପଶି ଆସିବା ସହ ସୁରଥ ମାର୍ଥା,ମୋହନ ମାର୍ଥା ଓ ଗୁନି ବିଶି ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରିଛନ୍ତି । ତେବେ ଏ ସମ୍ପର୍କରେ ଖବର ପାଇ ମୂଷାନାଳ ବନପାଳ ଚିନ୍ତାମଣି ମାଝୀ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ଓ ହାତୀ ଜଗୁଆଳି ମାନେ ନିଜର ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଗତ ବୁଧବାର ବିଳମ୍ବିତ ରାତିରେ ଏହି ୮ଟି ଜଙ୍ଗଲୀ ହାତୀପଳ କାନକୁଟ୍ରୁ ଗ୍ରାମ ପଞ୍ଚାୟତର ତଳକାଳେଶ୍ୱର ଗାଁର ରହୀ ମାଝୀ, ଚୈତୁ ମାଝୀ, ପୂର୍ଣ୍ଣ ମାଝୀ, ଟୁକୁଲି ମାଝୀ ଓ ଶୁକ୍ରୁ ମାଝୀଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ସମେତ ଆସବବପତ୍ରକୁ ଦଳି ମକଚି ନଷ୍ଟ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.