ଶିକ୍ଷକଙ୍କ ଅନ୍ୟତ୍ର ବଦଳି ବାତିଲ ଦାବୀ: ସିନାପାଲି ବିଦ୍ୟାଳୟରେ ଝୁଲିଲା ତାଲା, ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଏହି ବଦଳିକୁ ବାତିଲ କରିବା ଦାବିରେ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସିନାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏଥିପାଇଁ ୬ ଜଣ ଶିକ୍ଷକ ଥିବାବେଳେ ପ୍ରଧାନଶିକ୍ଷକ ବିଦ୍ୟାଳୟ କାର୍ଯ୍ୟରେ ସର୍ବଦା ବ୍ୟସ୍ଥ ରହୁଥିବାରୁ ୫ ଜଣ ଶିକ୍ଷକ ଶିକ୍ଷାଦାନ ଦେଇଥାନ୍ତି । କିନ୍ତୁ ଆଜି ବିଦ୍ୟାଳୟର ଶିକ୍ଷକ ଉତ୍ତମ ନାଏକଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ଜାଣି ଆଜି ସକାଳ ୧୦ ଘଣ୍ଟା ସମୟରୁ ବିଦ୍ୟାଳୟରେ ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଧାରଣାରେ ବସିଛନ୍ତି । ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଏହି ତାଲାବନ୍ଦ ଆନ୍ଦୋଳନ ବନ୍ଦ ହେବ ନାହିଁ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏହି ବିଷୟରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣୀ ନାଏକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସ୍କୁଲ ତାଲା ମାରି ଧାରଣାରେ ବସିବା ଘଟଣା ବିଷୟରେ ସ୍କୁଲ ପରିଚାଳନା କମିଟି ଅବା ଗ୍ରାମବାସୀ ଲିଖିତ ଆକାରରେ କିଛି ଜଣାଇନାହାନ୍ତି ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.