ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ପିଣାପଦର ଗ୍ରାମର ଜଣେ ବୃଦ୍ଧ ସୋମବାର ସନ୍ଧ୍ୟାରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବୃଦ୍ଧ ଜଣକ ଗ୍ରାମର ନିଲାଞ୍ଚଲ ମାଝୀ(୭୦)। ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୭.୩୦ ପାଖାପାଖି ସମୟରେ ଗାଁ ନିକଟସ୍ଥ ପୋଖରୀ ନିକଟକୁ ବୃଦ୍ଧ ନିଲାଞ୍ଚଲ ଶୌଚ ପାଇଁ ଆସିଥିଲେ। ଏହି ସମୟରେ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏହାପରେ କୌଣସି ମତେ ସେ ଭାଲୁ କବଲରୁ ମୁକୁଳି ଗୁରୁତର ଅବସ୍ଥାରେ ଘରକୁ ଫେରିଥିଲେ। ପରେ ପରିବାର ଲୋକ ତାଙ୍କୁ ଚିକିତ୍ସା ନିମନ୍ତେ କୋକସରା ଡାକ୍ତରଖାନାକୁ ନେଉଥିବା ସୂଚନା ମିଳିଛି। ପ୍ରକାଶ ଯେ’ ଗତ କିଛି ଦିନ ତଲେ ବରାଡଙ୍ଗା ଗ୍ରାମର ପୁରୁଣାପଡାର ଜଣେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ସେହିପରି ଉକ୍ତ ପଞ୍ଚାୟତର ତେନ୍ତୁଳିପଡାର ଯୁବକ କମଲ ଲୋଚନ ନାଗଙ୍କୁ ମଧ୍ୟ ଗତ କିଛି ଦିନ ତଲେ ଭାଲୁ ଆକ୍ରମଣ କରିଥିବାବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏନେଇ ଆମପାଣି ଫରେଷ୍ଟ ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରୁଛି ଏବଂ ସରକାରୀ ହିସାବରେ ଯାହା ଚିକିତ୍ସା ସହାୟତା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.