ରୁପ୍ରାରୋଡ଼ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

ରାଧେଶ୍ୟାମ ଖେତାନ ସଭାପତି, ଦିନେଶ ଅଗ୍ରୱାଲ ସାଧାରଣ ସମ୍ପାଦକ ମନୋନୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ଧର୍ମଶାଳା ଠାରେ ଚଳିତ ବର୍ଷ ନବରାତ୍ରୀ ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ପୂଜା ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ରୁପ୍ରାରୋଡ଼ ଗ୍ରାମବାସୀ ଓ ଗତବର୍ଷର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ସ୍ୱଗାତ ଭାଷଣ ପରେ ବୈଠକରେ ପୂଜାପାଇଁ ପାରିପାର୍ଶ୍ବିକ ଦିଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଵିଶେଷ କରି ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରତିବର୍ଷ ଭଳି ନବରାତ୍ରୀ ଦୁର୍ଗାପୂଜା କରାଯିବ ବୋଲି ବୈଠକରେ ସ୍ଥିରୀକୃତ ହୋଇଥିଲା । ଏହାପରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉପସ୍ଥିତ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ଚଳିତ ବର୍ଷ ନବରାତ୍ରୀ ଦୁର୍ଗା ପୂଜା ପରିଚାଳନା ନିମନ୍ତେ ରାଧେଶ୍ୟାମ ଖେତାନଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଚୟନ କରାଯାଇଥିଲା | ସେହିଭଳି ଉପସଭାପତି ଭାବରେ ଓମ ପ୍ରକାଶ ଅଗ୍ରୱାଲ ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ ମନୋନୀତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବରେ ଦୀନେଶ କୁମାର ଅଗ୍ରୱାଲ, ମନୋଜ କୁମାର ମହାନ୍ତି ଓ ନୀରଜ ଶର୍ମା ପ୍ରମୁଖ ତିନି ଜଣଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । କୋଷାଧ୍ୟକ୍ଷ ଭାବରେ ବିଜୟ କୁମାର ଅଗ୍ରୱାଲ ଓ ବଣ୍ଟି ଖେତାନଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ପୁଷ୍ପକ ମହାନ୍ତି, ମନୋଜ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ରଞ୍ଜନ କୁମାର ମିହାନ୍ତି, ଅଶୋକ ଅଗ୍ରୱାଲଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା । ରୁପ୍ରାରୋଡ଼ ଦୁର୍ଗାପୂଜା ଉପରେ ବହୁ ଅନୁଭବ ପ୍ରାପ୍ତ ବରିଷ୍ଠ ସଦସ୍ୟ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବରିଷ୍ଠ ନାଗରିକ ଗୋବିନ୍ଦ ରାମ ଅଗ୍ରୱାଲ, ସୁବାଷ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ନିଆଯାଇଥିଲା ।ଧୀରେନ୍ଦ୍ର ଖେତନ ଓ କମଲ ଅଗ୍ରୱାଲଙ୍କୁ ଭଣ୍ଡାର ଗୃହ ଦାଇତ୍ୱ ପ୍ରଦାନ କରାଯାଇଥିଲା | ବହୁ ପ୍ରସିଦ୍ଧ ରୁପ୍ରାରୋଡ଼ ନବରାତ୍ରୀ ଦୁର୍ଗାପୂଜାରେ ପୂଜାକର୍ତ୍ତା ଭାବରେ ବିଜୟ କୁମାର ଅଗ୍ରୱାଲ(ବିଜୁ) ଦାୟିତ୍ୱ ନିର୍ବାହନ କରିବେ ବୋଲି ସ୍ଥିରୀକୃତ କରାଯାଇ ବରିଷ୍ଠ ବ୍ରହ୍ମା ପଣ୍ଡିତ ଆଚାର୍ଯ୍ୟ ସୁରେନ୍ଦ୍ର ଶର୍ମା ପୂଜନ ବିଧି ପରିଚାଳନା କରିବେ ବୋଲି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ରୁପ୍ରାରୋଡ଼ ଦୁର୍ଗାପୂଜା ପରିଚାଳନା ପାଇଁ ନର୍ଲା ପୋଲିସକୁ ମଧ୍ୟ ସୂଚିତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକ ଶେଷରେ ନବ ନିର୍ବାଚିତ ସଭାପତି ଶ୍ରୀ ଖେତାନ ଦୁର୍ଗା ମାଙ୍କ କୃପାରୁ ଚଳିତ ବର୍ଷ ନିଶ୍ଚିତ ଭାବରେ ଅତି ଉତ୍ତମ ଓ ଶୃଙ୍ଖଳିତ ଭାବରେ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.