କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତ୍ତିଷ୍ଠତ”

ବୀରବାଦ୍ୟ ଘୁମରା ଓ କଳାହାଣ୍ଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରତି ଶୁକ୍ରବାରରେ ଆୟୋଜିତ ପ୍ରେରଣାଦାୟୀ ବକୃତାମାଳା “ଉତ୍ତିଷ୍ଠତ”ର ୧୨୪ ତମ ଅଧ୍ୟାୟରେ “ବୀରବାଦ୍ୟ ଘୁମରା ଓ କଳାହାଣ୍ଡି”ଉପରେ ଆଲୋଚନା ହୋଇଯାଇଛି। କୁଳପତି କର୍ଣ୍ଣେଲ ଡ.ସଂଜୟ କୁମାର ଶତପଥୀ ସଭାପତିତ୍ୱ କରି କହିଥିଲେ : ପ୍ରକୃତି ଜ୍ଞାନର ଗନ୍ତାଘର। ପ୍ରକୃତିରୁ ଘୁମୁରାର ସୃଷ୍ଟି। ଘୁମୁରାରେ ଶାସ୍ତ୍ରୀୟତା ରହିଛି। ଆହୁରି ଗବେଷଣା ପାଇଁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଦ୍ବାର ଉନ୍ମୁକ୍ତ ଅଛି। ଆଗାମୀ ସମୟରେ ବିଶ୍ବ ବିଦ୍ୟାଳୟ ଘୁମରା ସଂପର୍କରେ ଗବେଷକ ମାନଙ୍କ ଠାରୁ ଗବେଷଣାତ୍ମକ ସନ୍ଦର୍ଭ ଓ ଘୁମୁରା ଗୀତର ସଂକଳନ ଓ ସଂରକ୍ଷଣ କରିବ। ବକୃତାମାଳାର ଏହି ସଂସ୍କରଣରେ ନିମନ୍ତ୍ରିତ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର  ତଥା ଅଧ୍ୟାପକ ମୋହନ ଚରଣ ବିଷି ଯୋଗଦେଇ କହିଥିଲେ : ଘୁମୁର କଳାହାଣ୍ଡିର ରଣବାଦ୍ୟ, ବିଜୟ ବାଦ୍ୟ ଓ ଗଣବାଦ୍ୟ। କଳାହାଣ୍ଡି ପାଇଁ ଘୁମରା – ଘୁମରା ପାଇଁ କଳାହାଣ୍ଡିର ସ୍ବତନ୍ତ୍ର ପରିଚୟ ରହିଛି। ଘୁମୁରା କଳାହାଣ୍ଡି ଜନଜୀବନର ଆଦିମ ଲୋକନୃତ୍ୟ ଭାବରେ କଳାହାଣ୍ଡିକୁ ସଦାସର୍ବଦା ଗୌରବାନ୍ବିତ କରୁଥିବ। ବିଶ୍ବବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇ ସ୍ବାଗତ ବକ୍ତବ୍ୟ, ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଂଗୀତ ଓ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଂଜନ ପଣ୍ଡା। ଉତିଷ୍ଠିତର ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ୱକରେ ଧନ୍ୟବାଦ ଅର୍ପଣ କରିଥିଲେ ତନୁଜା ସାହୁ ଓ ପି.ଆଇ. ମହାବିଦ୍ୟାଳୟର ଆଧ୍ୟାପକ ବିଶ୍ବ ରଂଜନ ବେହେରା ଏହି ବ୍ୟାଖାନମାଳାର ସଂଯୋଜନା କରିଥିଲେ। ଉତ୍ତିଷ୍ଠତର ଏହି ଆଭାସୀ ପ୍ରେରଣାଦାୟୀ ବକୃତା ମାଳାରେ ଗବେଷକ ପରମେଶ୍ବର ମୁଣ୍ଡ, ଘୁମରାଗୁରୁ ତୀର୍ଥ ରାଜ ଦଳପତି, କବି ଋତୁରାଜ ମାଝୀ, ସୁବ୍ରତ ବେହେରା, ନିର୍ମଳ ନାଏକ, ସଂଜୟ ପୁରୋହିତ, ସୁଧିର ପଣ୍ଡା ପରି ଅନେକ ଲେଖକ, କବି, ବୁଦ୍ଧିଜିବୀ, ବିଶ୍ୱବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.