ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ସର୍ଗୁଣାମୁଣ୍ଡା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ରାମ ଶଙ୍କର ତ୍ରିପାଠୀ ଏବଂ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଏହି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ DEIC ର RBSK ମ୍ୟାନେଜର ବିଧୁଭୂଷଣ ପତି, ଅଭୟ ଲେଙ୍କା (Audiologist), ଡ଼.ସୋମେଶ ରଞ୍ଜନ ପଣ୍ଡା (physiotherapist) ରତନ ବିଶ୍ୱାଳ (Special Educator )ଓ ଡ.ସତ୍ୟନାରାୟଣ ପଣ୍ଡା (Dentist ) ଅଶ୍ୱିନୀ ଶତପଥି (Social worker) ଯୋଗଦାନ ଦେଇଥିବା ବେଳେ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର RBSK ଟିମର ଡ଼. ସରୋଜ ପଟେଲ, ଡ଼. ଚିତ୍ତରଞ୍ଜନ ତ୍ରିପାଠୀ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରାଧାନାଥ ରଥ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ମହିଳା ସ୍ୱାସ୍ଥ୍ୟର ସସ୍ମିତା ସୁନା, ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ।