ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣଜୟନ୍ତୀ ସମ୍ମିଳନୀ କକ୍ଷ ଠାରେ ଆଜି ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ବବିଲତା ସ୍ରଫଙ୍କ ଅଧକ୍ଷତା ତଥା ଡ଼. ସରସ୍ଵତୀ ରାୟଙ୍କ ସଂଯୋଜନାରେ ସଂଗଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଲେପନାଣ୍ଡ ଉଦୟ ନାୟକ ଯୋଗାଯୋଗ ଦେଇଥିଲେ | ପ୍ରଥମେ ସଭାପତି ଡ଼. ସ୍ରଫ୍ ଛାତ୍ରୀଛାତ୍ରଙ୍କୁ ନିଶା ସେବନର ଅପକାରିତା ସମ୍ବନ୍ଧରେ ସଚେତନ କରିଥିଲେ। ତା’ପରେ ଲେପନାଣ୍ଡ ଉଦୟ ନାଏକ ତାଙ୍କ ବକ୍ତବ୍ୟରେ ଏକ ନିଶାମୁକ୍ତ କ୍ୟାମ୍ପସର ଆବଶ୍ୟକତା ସମ୍ବଦ୍ଧରେ ଆଲୋଚନା କରିଥିଲେ। ଯୁବଗୋଷ୍ଠୀ ନିଜକୁ ଅଧିକ ସକରାତ୍ମକ ଦିଗରେ ଉପଯୋଗୀ କରି ପାରିବେ ବୋଲି ସେ କହିଥିଲେ। ଅଧ୍ୟାପକ ପି. ବିନୟ କୁମାର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସ୍ନେହାଞ୍ଜଳି ପାଣ୍ଡେ ଧନ୍ୟବାଦ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.