ନର୍ଲା ବ୍ଲକରେ ସାଂସ୍କୃତିକ ଦଳ ଚୟନ କାର୍ଯ୍ୟକ୍ରମ

ଅଡିସନ ଦେଲେ ୭୦ ଗୋଟି ସାଂସ୍କୃତିକ ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସାଂସ୍କୃତିକ ଦଳମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ଅଡିସନ । ନର୍ଲା ବ୍ଲକ ଅଧିନସ୍ଥ ୭୦ ଗୋଟି ସାଂସ୍କୃତିକ ଦଳ ଅଡିସନ ଟେଷ୍ଟ ପାଇଁ ପଞ୍ଜିକୃତ କରିଥିଲେ । ଏଥିରେ ସଂକୀର୍ତ୍ତନ, ଘୁମୁରା, ଖଞ୍ଜଣି, ପାଲା, ନାଟକ, ଦାସକାଠିଆ ପ୍ରଭୃତି ରହିଥିଲା । ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ବିଏସଏସଓ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ଏହି ସାଂସ୍କୃତିକ ଦଳ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ସେକ୍ସନ ଅଫିସର ଦିଗ ପଧାନ ଯୋଗଦାନ କରି କଳାକାର ସଂଗଠନ ଗୁଡ଼ିକ ଆମ ସଂସ୍କୃତିର ପ୍ରତୀକ ବୋଲି କହିଥିଲେ। ପ୍ରଥମେ ସଭାପତି ଶ୍ରୀ ବେହେରା ସ୍ୱଗାତ ଭାଷଣ ପ୍ରଦାନ କରିବା ପରେ ଚୟନ ପ୍ରକ୍ରୀୟା ଆରମ୍ଭ ହୋଇଥିଲା । ଏଥିରେ ବିଚାରକ ଭାବରେ ଉସ୍ତାଦ ବିସମିଲ୍ଲା ଖାଁ ଯୁବ କଳାକାର ପୁରସ୍କାର ପ୍ରାପ୍ତ ଫୋକ କଣ୍ଠ ଶିଳ୍ପୀ ତଥା ନର୍ଲା ବ୍ଲକ କଳା ସଂସ୍କୃତିକ ସଂଘର ଉପସଭାପତି ସର୍ବେଶ୍ୱର ଭୋଇ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ତଥା ବ୍ଲକ କଳାକାର ସାଂସ୍କୃତିକ ସଂଘର ସଦସ୍ୟ ସଞ୍ଜୟ ଧଙ୍ଗଡ଼ା ମାଝୀ, ବ୍ଲକ କଳା ସାଂସ୍କୃତିକ ସଂଘର ସଦସ୍ୟ ତଥା ସଂଗୀତ ସଂଯୋଜଳ କୌତୁକ ଖମାରୀ ପ୍ରମୁଖ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଦଳ ମାନଙ୍କୁ ମୂଲ୍ୟାୟନ କରିଥିଲେ । ଓଡିଶା ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଜନସାଧାରଣଙ୍କୁ ସଚେତନ କରେଇବା ସଙ୍ଗେସଙ୍ଗେ ସେମାନଙ୍କ ବହୁଳ ଭାଗୀଦାରୀତା ସୁନିଶ୍ଚିତ କରେଇବା ଉଦ୍ଦେଶ୍ୟରେ ପାରମ୍ପରିକ ଲୋକକଳା ଦଳ ମାଧ୍ୟମରେ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇ ଇ ସି) ଅଭିଯାନ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ପଞ୍ଚାୟତ ସମିତି ଅଧୀନସ୍ଥ ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତର (ଆଇ ଇ ସି) ଅଭିଯାନ ନିମନ୍ତେ ଯୋଗ୍ୟ ସଂସ୍କୃତିକ ଦଳ/ ଲୋକକଳା ଦଳ ଚୟନ କରାଯାଉଛି । ଉତ୍ତମ କଳା ପ୍ରଦର୍ଶନ କରିଥିବା ସାଂସ୍କୃତିକ ଦଳ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିଜ ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ଲୋକ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ପ୍ରଦର୍ଶନ ପାଇଁ ଦାଇତ୍ୱ ଦିଆଯିବା ସହ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.