ଇନ୍ଦିରା ଗାନ୍ଧୀଙ୍କୁ ଜଣେ ମହାପୁରୁଷ କହିଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ଭୋପାଳ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏଠାରେ ଧର ଜିଲ୍ଲା ମୋହନଖେଡାଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। କିନ୍ତୁ ସେ ଭାଷଣ ଦେଉଥିବା ବେଳେ ଏପରି କିଛି ଭୁଲ କହିଦେଲେ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଭାଷଣ ସମୟରେ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜଣେ ମହାପୁରୁଷ ବୋଲି କହିଥିଲେ। ଏହାକୁ ନେଇ ଆଲୋଚନାର ବିଷୟ ପାଲଟିଛି। ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ କହୁଥିଲେ। ଏହି ସମୟରେ ସେ କହିଥିଲେ, ମୋ ଜେଜେମା’ ଇନ୍ଦିରା ଗାନ୍ଧୀ ମଧ୍ୟ ଜଣେ ମହାପୁରୁଷ ଥିଲେ। କିଛି ସେକେଣ୍ଡ ମଧ୍ୟରେ ନିଜ ଭୁଲକୁ ଅନୁଭବ କରି ସେ ଜଣେ ପୁରୁଷ ନୁହେଁ, ସେ ବହୁତ ବଡ଼ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରିୟଙ୍କା କହିଥିଲେ। ପ୍ରିୟଙ୍କାଙ୍କ ଏହି ବିବୃତ୍ତିକୁ ନେଇ ବିଜେପି ଟାର୍ଟେଟ କରିଛି। ପ୍ରିୟଙ୍କାଙ୍କ ଏହି ବିବୃତ୍ତିକୁ ଗାନ୍ଧୀ ପରିବାରର ଅହଂକାର ବୋଲି କହୁଛନ୍ତି। ପ୍ରିୟଙ୍କା ଇନ୍ଦିରା ଗାନ୍ଧୀଙ୍କୁ ଜନତାଙ୍କ ସେବକ ନୁହେଁ ବରଂ ଜଣେ ବଡ଼ ବ୍ୟକ୍ତିତ୍ୱ କହୁଛନ୍ତି ବୋଲି ବିଜେପି କହିଛି।

Omkar Vasthu
Omkar Vasthu

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶରେ ହୋଇଥିବା ‘ଦୁର୍ନୀତି’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମଧ୍ୟପ୍ରଦେଶରେ ବିଜେପି ସରକାରର ଗତ ୧୮ ବର୍ଷରେ ୨୫୦ ରୁ ଅଧିକ ସ୍କାମର ଖୁଲାସା ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆଖି ବୁଜି ଦେଇଛନ୍ତି କାରଣ ଯେଉଁମାନେ ସାଧାରଣ ଟଙ୍କା ଲୁଟି ନେଇଛନ୍ତି ଏବଂ ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି ସେମାନେ ବିଜେପିର ଅଟନ୍ତି ବୋଲି ସିଧାସଳଖ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.