ଅଲେଖ ମହିମା ଯଜ୍ଞରେ ଯୋଗଦେଲେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲେଖ ମହିମା ଯଜ୍ଞ କମିଟି ତରଫରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ପଲମ ଗ୍ରାମ ପଂଚାୟତର ମହୁଲପଡା ଠାରେ ଆୟୋଜିତ ହୋଇଛି ମହିମା ଯଜ୍ଞ । ଅଞ୍ଚଳର ଆବାଳ ବୃଦ୍ଧ ବନିତା ଏଥିରେ ସହ ଭାଗୀତା ହୋଇ ଯଜ୍ଞ ପରିଚାଳନା କରୁଛନ୍ତି । ଆଜି ଗୁରୁବାରଠୁଁ ଆରମ୍ଭ ହୋଇଥିବା ମହିମା ସ୍ୱାମୀଙ୍କ ଯଜ୍ଞ ୮/୧୦ ରବିବାର ଦିନ ସକାଳେ ପୂର୍ଣ୍ଣାହୁତି ପଡିବ । ଏହି ଯଜ୍ଞ ନିମନ୍ତେ ଦୂର ଦୂରନ୍ତରୁ ଛୁଟି ଆସିଛନ୍ତି ମହିମାଧର୍ମୀ ସାଧୁ ସନ୍ଥ ମାନେ । ଆୟୋଜକ ଅଲେଖ ମହିମା ଯଜ୍ଞ କମିଟିର ସାଦର ନିମନ୍ତ୍ରଣ କ୍ରମେ ଯୁବ ସମାଜସେବୀ, ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମହିମା ଯଜ୍ଞରେ ଯୋଗଦାନ କରି ଯଜ୍ଞ କୁଣ୍ଡରେ ଘୃତାହୂତି ପ୍ରଦାନ କରିଥିଲେ । ଏହାବାଦ ଯଜ୍ଞ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ସହ ବସି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.