ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡମ୍ବ କାର୍ଲା ଖୁଣ୍ଟା ପଞ୍ଚାୟତର କାନ୍ଦେ ଗାଁ ଠାରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଦେବୀଙ୍କ ନଗର ପରିକ୍ରମା ପରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଥିଲା । ମୁଖ୍ୟ ସେବକ ଦେବେନ୍ଦ୍ର ମାଝୀଙ୍କ ସମେତ ଲକ୍ଷ୍ମଣ ପୁଝାରୀ, ରମେଶ ବିଶି, ରାଏ ଚନ୍ଦ୍ର ମାଝୀ, ହର ଭୁଏ, ଲକ୍ଷ୍ମଣ ଭୋଇ, ଡୋଳା ମଣି ବଗର୍ତ୍ତି, ସମୀର ପୁଝାରୀ, ଟିକେଚନ ଭୋଇ,ଅଶୋକ ବିଶି (ଅଗ୍ନି ଭୈରବ ଦିହାରୀ), ଶୁଭେନ୍ଦୁ ପୁଝାରୀ (ମା ରାମଚଣ୍ଡୀ ଦିହାରୀ), ଗଣା ଭୋଇ (ମା ଗଙ୍ଗାଦି ଦିହାରୀ) ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଯାତ୍ରାରେ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଉପସ୍ଥିତ ରହିଥିଲେ ।