ଜୟପାଟଣା ବ୍ଲକ ଏନ୍ଏମ୍ଓପିଏସ୍ ସଂଘର ନୂତନ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ ଏମ୍ ଓ ପିଏସ୍ ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟଯୋଷୀ, ସମ୍ପାଦକ ଲଲିତ କୁମାର ନାଏକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ଏନ୍ ଏମ୍ ଓ ପିଏସ୍ ଉପସଭାପତି ଚିତ୍ତରଞ୍ଜନ ଦଳପତି, କଲମପୁର ପର୍ଯ୍ୟବେକ୍ଷକ ସଞ୍ଜୟ ପଣ୍ଡା, ବିକ୍ରମ ସିଂହ ମାଝୀ, ଜିଲ୍ଲା ସହ କୋଷାଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା, ବରିଷ୍ଠ ଶିକ୍ଷକ ଦିବାକର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି ଥିଲେ।୨୦୦୫ ପରେ ନିଯୁକ୍ତି ପାଇଥିବା ଶତାଧିକ କର୍ମଚାରୀ ଉପସ୍ଥିତ ରହି ପୁରାତନ ପେନସନ ପୁନଃ ପ୍ରଚଳନକୁ ନେଇ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତୃଣ ମୁଳ ସ୍ତରରେ ସଙ୍ଗଠନ କିପରି ମଜବୁତ୍ କରିବା ତା ଉପରେ ଶୀର୍ଷ ନେତୃତ୍ଵ ସମୂହ ନିଜ ନିଜ ମତ ପ୍ରଦାନ କରିଥିଲେ। ଏହି ବୈଠକରେ ସର୍ବ ସମ୍ମାନିତ କ୍ରମେ ରାମ ସିଂ ଦାଓଙ୍କୁ ବ୍ଳକ ସଭାପତି, ପ୍ରମୋଦ କୁମାର ଠାକୁର ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ଦେବେନ୍ଦ୍ର ରାଉତ, ଉପସଭାପତି ଭାବରେ ଗିରିଶ କୁମାର ପଟେଲ, ମିଡିଆ ସଂଯୋଜକ ଭାବେ ଅମୂଲ୍ୟ କୁମାର ସାହୁ ଓ ମନ ଶବର, ମନୋନୀତ ହୋଇଥିଲେ। ଏହି ବୈଠକରେ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ରମାକାନ୍ତ ମାଝୀ, ତାପସ ପଣ୍ଡା, ଗୋବର୍ଦ୍ଧନ ବିଶ୍ବାଳ, ଗୁଣନିଧି ସିଂହ, ସଞ୍ଜୟ ପାଣିଗ୍ରାହୀ, କୈାଶିକ ଶବର, ରଶ୍ମିତା ବେହେରା, ରୀତାଞ୍ଜଳି ମାଝୀ, ଅଶୋକ ପଣ୍ଡା, ଶ୍ରୀ କାନ୍ତ ଦଳପତି ପ୍ରମୁଖ ତଥ ବିଭିନ୍ନ ବିଭାଗ ରେ ନିୟମିତ କାର୍ଯ୍ୟରତ ନୂତନ ପେନସନ ଭୋଗି କର୍ମଚାରୀ ଉପସ୍ଥିତ ଥିଲେ। ଅନନ୍ତ କୁମାର ପଣ୍ଡା ଏହି ସଭାକୁ ପରିଚାଳନା କରିଥିବାବେଳେ ସିଦ୍ଧାର୍ଥ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.