ଲାଞ୍ଜିଗଡ଼,୩୧/୫ : ଭାରତରେ ଋତୁସ୍ରାବକୁ ନେଇ ଅନେକ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ରହିଛି । ଏନେଇ ଅନେକ ଲୋକେ ରକ୍ଷଣଶୀଳ ମନୋଭାବ ପରିପ୍ରକାଶ କରିଥାନ୍ତି । ଗ୍ରାମୀଣ ମହିଳା ମାନଙ୍କୁ ଏସମନ୍ଧରେ ସଚେତନ କରିବା ସହ ସେମାନଙ୍କ ପାଖରେ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ସହିତ ସ୍ୱଚ୍ଛତା ସମ୍ପର୍କରେ ଜାଗରଣର ବାର୍ତ୍ତା ଦେବାର ଆବଶ୍ୟକତା ରହିଛି ବୋଲି ଲାଞ୍ଜିଗଡ ଠାରେ ଆୟୋଜିତ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଅବସରରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ଲାଞ୍ଜିଗଡ଼ରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ର ସିଓଓ ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରେରନା ମୋହନ ଏହି ଅବସରରେ ଯୋଗଦେଇ ଉପସ୍ଥିତ କିଶୋରୀ ଏବଂ ମହିଳାଙ୍କୁ ଋତୁସ୍ରାବ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାସହ ଏହି ସମୟରେ କିଭଳି ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ ସେନେଇ ବିଷଦ ଭାବେ ଆଲୋକପାତ କରିଥିଲେ । ସୁରକ୍ଷିତ ସାନିଟାରୀ ପ୍ୟାଡ୍ ଏହି ସମୟରେ ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମହିଳା ମାନେ ଏହି ପ୍ରସଙ୍ଗକୁ ନେଇ ପରସ୍ପର ମଧ୍ୟରେ ଭାବର ଆଦନପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅଞ୍ଚଳର ୬୦ରୁ ଅଧିକ କିଶୋରୀ ଏବଂ ମହିଳା ଯୋଗଦେଇଥିଲେ ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇