ସାବିତ୍ରୀ ବ୍ରତ ପାଇଁ ଫଳ ଦର ଆକାଶଛୁଆଁ

ସୋନପୁର,୩/୬ : ସୋମବାର ସାବିତ୍ରୀ ଅମାବାସ୍ୟା ପାଇଁ ବିଭିନ୍ନ ଫଳ ଦୋକାନ ଓ କପଡା ଦୋକାନରେ ଗ୍ରାହକଙ୍କ ବିଶେଷ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଫଳ ଦୋକାନରେ ସାଧାରଣ ଦିନ ଅପେକ୍ଷା ଖୁବ୍ ଚଢା ଦରରେ ଫଳ ବିକ୍ରି ହୋଇଥିଲା । ସୂଚନାମତେ ସୋନପୁର ଠାରେ କଦଳୀ ଡର୍ଜନକୁ ୩୦ରୁ ୬୦ ଟଙ୍କା, ଅଙ୍ଗୁର କିଲୋ ୧୨୦, ସେଓ କିଲୋ ୧୬୦, ଆମ୍ବ କିଲୋ ୪୦, ପଇଡ ଗୋଟାକୁ ୩୫, ସପୁରୀ ଗୋଟାକୁ ୩୦/୪୦, ତାଳ ଗୋଟାକୁ ୫ ଟଙ୍କା, ବେଲ ଗୋଟାକୁ ୫ ଟଙ୍କା, ତରଭୁଜ କିଲୋ ୩୦ରୁ ୬୦, କମଳା ଗୋଟାକୁ ୧୦, ଡାଲିମ୍ବ ଗୋଟାକୁ ୧୦, ପିସ୍ତାବାଦାମ ୨ଟିକୁ ୧୦, ଚେରୀ ୨ଟିକୁ ୧୦, ଆଲୁ ଗୁଟ୍କା ଗୋଟିକୁ ୧୦, ଖଜୁରୀ ପ୍ୟାକେଟ୍ ୧୦, କରମଙ୍ଗା ଗୋଟାକୁ ୧୦,କାକୁଡି ୨ଟିକୁ ୧୦, କଟା ଯାଇଥିବା ଫୁଟି ଖଣ୍ଡକୁ ୧୦, କଟାଯାଇଥିବା ପଣସ ଛେଳାଏକୁ ୧୦ ଟଙ୍କାଦରରେ ବିକ୍ରି ହୋଇଥିଲା । ସ୍ୱାମୀ ମାନଙ୍କ ଶୁଭମନାସି ବ୍ରତ କରୁଥିବା ଧର୍ମ ପତ୍ନୀଙ୍କ ତାଲିକା ମୁତାବକ ଫଳ କିଣିବାକୁ ଯାଇଥିବା ବିଚରା ସ୍ୱାମୀମାନେ ବଜାରର ଫଳ ଦର ଦେଖି ଛାନିଆ । ସୋନପୁର ରେ ସାବିତ୍ରୀ ବ୍ରତକୁ ନେଇ ବଜାର ବେଶ ଗହଳି ଲାଗିଥିଲେ ହେଁ ବ୍ରତ ପାଇଁ ଦରକାର ଫଳରେ ହାତ ମାରିବା ସମ୍ଭବ ହେଉନାହିଁ । ସତ୍ୟବାନମାନେ ବଜାରର ଏହି ଦର ଦେଖି ଅଣନିଶ୍ୱାସୀ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.