କୋକସରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଧର୍ମଗଡ ବିଧାୟକ ମହୋଷଧି ବାଗ

କୋକସରା/ଧର୍ମଗଡ,୩/୬ : ଧର୍ମଗଡ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମହୋଷଧି ବାଗ ଆଜି (ସୋମବାର) କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ବିଧାୟକ ବାଗ ବିଭିନ୍ନ କକ୍ଷକୁ ଯାଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝିଥିଲେ। ପରେ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତତ୍ବଦର୍ଷି ଦାସଙ୍କ ସହିତ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ବସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ସମସ୍ୟାକୁ ଆଗାମୀ ଦିନରେ ପ୍ରାଥମିକତା ଦିଆଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ବାଗ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଗ୍ରସ୍ତରେ ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ପଞ୍ଚକ ପୋଡ଼, ଅନିଲ ପ୍ରଧାନୀ, ମହେଶ ଗୁପ୍ତା, ପ୍ରମୋଦ ପ୍ରଧାନୀ, ସନ୍ତୋଷ ନାଏକ ପ୍ରମୁଖ ସାମିଲ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ଶ୍ରୀଯୁକ୍ତ ବାଗ ଧର୍ମଗଡ ବ୍ଳକର ବେହେରାଗୁଡା, ରାବଣଗୁଡା, ଛଞ୍ଚାଣବେଲି ଆଦି ଗ୍ରାମ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । 

Omkar Vasthu
Omkar Vasthu

 

କୋକସରା ପ୍ରତିନିଧି ହିରଣ୍ୟ ବେହେରା ଓ ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.