କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି, ବିଜୁଳି ସେବା ବ୍ୟାହତ

କଳାହାଣ୍ଡି,୩/୬ : କଳାହାଣ୍ଡି ଜିଲ୍ଲାର କାର୍ଲମୁଣ୍ଡା ବ୍ଲକରେ କାଳବୈଶାଖୀ ଜନିତ ଝଡ ବର୍ଷା ଓ ପ୍ରଚଣ୍ଡ ପବନ ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି।ତେରେସିଙ୍ଗା, ଋଷିଡ଼ା, ପୌରକେଲା ଓ ବିନ୍ଧାଣି ରେ ବହୁ ଘର ଭାଙ୍ଗିଯାଇଥିବାବେଳେ ଗଛ ଗୁଡିକ ଉପୁଡିପଡିଛି। ବିଦ୍ୟୁତ ତାର ଓ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଜୁଳି ସେବା ବ୍ୟାହତ ହୋଇଛି।ଫଳରେ ପାଇପ ଜଳଯୋଗାଣ ମଧ୍ୟ ହୋଇପାରୁନାହିଁ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ଆକଳନ କରାଯାଇ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.