ବିଶ୍ୱକବିଙ୍କ ଜୀବନର ଚାରି ନାରୀ

କାଦମ୍ବରୀ ଦେବୀ (ଭାଉଜ)

ହୁଏତ ଏହା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରଥମ ପ୍ରେମ ଥିଲା । ତାଙ୍କୁ ୭ ବର୍ଷ ବୟସ ହୋଇଥିବାବେଳେ କାଦମ୍ବରୀ ଦେବୀ ଥିଲେ ମାତ୍ର ୯ ବର୍ଷ ବୟସର । କିନ୍ତୁ କବିଙ୍କ ସବୁଠୁ ବଡ ପ୍ରେରଣା ଥିଲେ ସେ । ଯାହା କବି ନିଜେ ସ୍ୱୀକାର ବି କରିଛନ୍ତି । ଦୁଃଖର କଥା କବିଙ୍କ ବିବାହ ପରେ ମ୍ରିୟମାଣ ହୋଇ ସେ ଆତ୍ମହତ୍ୟା କରିଥିଲେ ବୋଲି ଶୁଣାଯାଏ ।

ଅନ୍ନପୂର୍ଣ୍ଣା ତୁରଖୁଦ୍ (ଶିକ୍ଷୟିତ୍ରୀ)

ରବୀନ୍ଦ୍ରନାଥ ଓ ଅନ୍ନପୂର୍ଣ୍ଣା ଥିଲେ ସମବୟସର । କବିଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ସେ ଆଇନ ପଢିବାକୁ ଯିବା ପୂର୍ବରୁ ବମ୍ବେ ଯାଇ ଇଂରାଜୀ ଶିକ୍ଷା ଗ୍ରହଣ କରିଥିଲେ ଅନ୍ନପୂର୍ଣ୍ଣାଙ୍କଠାରୁ । ସେଇଠି ଦୁହିଙ୍କ ମଧ୍ୟରେ ସଂପର୍କ ଗଢି ଉଠିଥିଲା ।

ମୃଣାଳିନୀ ଦେବୀ (ପତ୍ନୀ)

ମୃଣାଳିନୀ ଦେବୀ କବିଙ୍କ ପତ୍ନୀ ତ ଥିଲେ ତେବେ ସେ ଥିଲେ ଯଥାର୍ଥରେ କବିଙ୍କ ଅର୍ଦ୍ଧାଙ୍ଗିନୀ । ତାଙ୍କୁ ୧୦ ଓ କବିଙ୍କୁ ୨୨ ବର୍ଷ ବୟସ ହୋଇଥିବାବେଳେ ଦୁହିଙ୍କ ବିବାହ ସଂପନ୍ନ ହୋଇଥିଲା । ଜୀବନର ୧୫ ବର୍ଷ ଧରି କବିଙ୍କ ସହ ଜୀବନ କାଟିଥିବା ମୃଣାଳିନୀ ଦେବୀ ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଯାହା କବିଙ୍କ ମନରେ ଦାରୁଣ ଆଘାତ ସୃଷ୍ଟି କରିଥିଲା ।

ଭିକ୍ଟୋରିଆ ଓକାମ୍ପୋ (ବାନ୍ଧବୀ)

ଆର୍ଜେଣ୍ଟିନାର ଏହି ଲେଖିକାଙ୍କ ସହ ବିଶ୍ୱକବି ଅନେକ ଦିନ ଧରି ସଂପର୍କରେ ରହିଥିଲେ । ବିଶ୍ୱକବିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ପତ୍ର ଆଦାନପ୍ରଦାନ ଜାରି ରହିଥିଲା । 

ଉପସ୍ଥାପନା: ସୁଶୀଲ କୁମାର ବାଗ

 

ଏଠି କ୍ଲିକ୍ କରି ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.