ନୂଆପଡା /ଖରିଆର : ଗତ କିଛିଦିନ ତଳେ କରଲାକୋଟ ଗ୍ରାମରେ ଅନେକ ଶିଶୁ ଓ ଯୁବକଙ୍କୁ ଜଣ୍ଡିସ ରୋଗ ହୋଇଥିବାର ଖବର ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା । ଜିଲ୍ଲାରେ ଫ୍ଲୋରାଇଡ ପାଣିର ସମସ୍ୟା ଦିନକୁ ଦିନ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉ ଥିବାର ଜନସାଧାରଣ ରେ ବେଶ ଚର୍ଚ୍ଚା ହେଉଥିବାର ନଜର ରେ ଆସି ଥିଲା ।
ତେବେ ଏହି ବ୍ଲକ ଅଧିନସ୍ଥ କରଲାକୋଟ ଗ୍ରାମକୁ ଖଡ଼ିଆଳ ବୈଦ୍ୟ ମହାସଂଘର ସଭାପତି ଲଏବନ ବାଗଙ୍କ ନେତୃତ୍ୱରେ ଗୋଟିଏ ଟିମ ସେହି ଗାଁ ରେ ପହଞ୍ଚି ଥିଲେ ଓ ମାଗଣା ରେ ଜଡି ବୁଟି ଔଷଧ ବଣ୍ଟନ କରିବା ସହ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରାଇ ଥିଲେ। ଯାହାଫଳରେ ସେଠାକାର ଗ୍ରାମବାସୀ ଆଗାମୀ ଦିନ ମାନଙ୍କରେ ଯେପରି ଏଭଳି ଅସୁବିଧା ର ସମ୍ମୁଖୀନ ନ ହେବେ । ଗ୍ରାମର ଅନେକ ଜଣ୍ଡିସ ରୋଗୀ ଏହି ଶିବିର ରେ ଉପସ୍ଥିତ ରହି ଔଷଧ ଗ୍ରହଣ କରିଥିଲେ ।
ଏହି ଶିବରର ଆୟୋଜନ ରେ ଲୋକରଞ୍ଜନ ସୁନାନୀ, କମଳ କୁମ୍ଭାର ପ୍ରମୁଖ ଶ୍ରୀ ବାଗ ଙ୍କୁ ସହଯୋଗ କରି ଥିଲେ । ଜିଲ୍ଲାରେ ଏହି ଭଳି ସଂଗଠନ ଆଗକୁ ଆସି ଜନସେବା କରିବା ଉଚିତ ଓ ଏହି ଭଳି ପଦକ୍ଷେପ ପାଇଁ ଖରିଆର ବୈଦ୍ୟ ମହାସଂଘ କୁ ଜନସାଧାରଣ ପ୍ରସଂଶା କରୁଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ