ବଜ୍ରପାତ ନେଲା ୩ଟି ବଳଦ ଓ ଗୋଟିଏ ଗାଈର ଜୀବନ – ଲାଞ୍ଜିଗଡରେ ତାଣ୍ଡବ ରଚୁଛି କାଳବୈଶାଖୀ

ଆଗକୁ ଆରମ୍ଭ ହେବ ଚାଷ : ଏପରି ସମୟରେ ବଜ୍ରପାତରେ ବଳଦ ମୃତ୍ୟୁକୁ ନେଇ ଭାଂଗି ପଡିଛନ୍ତି ତିନି ଗରିବ ଆଦିବାସୀ

Omkar Vasthu
Omkar Vasthu

 

ଲାଞ୍ଜିଗଡ଼,୪/୬ : କିଛିଦିନ ହେଲା କାଳବୈଶାଖୀ ଖଣ୍ଡ ଋପ ଧାରଣ କରି କଳାହାଣ୍ଡିରେ ବିଭିଷିକା ରଚିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଭାବରେ ଜନଜୀବନ ହାନୀ ସହ ପ୍ରଭୃତ କ୍ଷୟ କ୍ଷତି ହେବାରେ ଲାଗିଛି । ଏଥିରୁ ବାଦ ପଡିନାହିଁ ଲାଞ୍ଜିଗଡ । ବ୍ଲକର ଗୋଇପଟା ଗ୍ରାମର କର୍କଟପଡା ନିକଟରେ  ବଜ୍ରପାତରେ ୩ଗୋଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସୋମବାର ଅପରାହ୍ନ ୩ଟା ସମୟରେ ବର୍ଷା ଶହ ବଜ୍ରପାତ ହୋଇଥିଲା ଏହି ସମୟରେ ଗୋଇପଟା ଗ୍ରାମର ବୁଡୁ ମାଝୀଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ, ଆଦନୁ ମାଝୀଙ୍କ ଗୋଟିଏ ବଳଦ ଓ ଅଚ୍ୟୁତ ମାଝୀଙ୍କ ଗୋଟିଏ ବଳଦ ବର୍ଷା ଯୋଗୁଁ  ଗାଁ ନକଟସ୍ତ କର୍କଟ ପଡା ପାଖର ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ହିଁ ୪ଗୋଟି ଗାଇଗୋରୁଙ୍କ ମୃତ୍ୟୁ ଘଟିଥିଲା। ଆଗକୁ ଚାଷ ଆରମ୍ଭ ହେବାକୁ ଥିବାବେଳେ ୩ଟି ପରିବାରର ଗୋଟିଏ ଲେଖା ବଳଦ ମୃତ୍ୟୁ ହୋଇଥିବା ଯୋଗୁଁ କିପରି ନିଜ ଜମିରେ ଚାଷ କରିବେ ସେନେଇ ହତାଶ ହୋଇ ପଡିଛନ୍ତି ଏହି ତିନି ଗରିବ ଆଦିବାସୀ। ଏଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ସେମାନେ ଅନୁରୋଧ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.