ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

‘ସରକାରୀ ଯୋଜନା ବିଷୟରେ ଜାଣିବା ଦ୍ବାରା ହିତାଧିକାରୀ ପ୍ରତ୍ୟକ୍ଷ ଲାଭ ପାଇଥାଏ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବେହେରା ଗୋରୁ ବଜାର ପ୍ରଙ୍ଗଣରେ ଦଣ୍ଡପାଟ ଯୁବ ସେବା ସଂଗଠନ ସହଯୋଗରେ ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ହୀମାଞ୍ଚଳ ମାଝୀ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ଯ ବକ୍ତା ତଥା ସାଧନ କର୍ମୀ ଭାବେ ଅଧ୍ୟାପକ ମୋହନ ଚରଣ ବିଷି ଯୋଗଦାନ କରି ସମବେତ ସମାବେଶକୁ ସରକାରଙ୍କ ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ ଓ ନୂଆ ଭାରତ ବିକଶିତ ଭାରତ ଯୋଜନା ବିଷୟରେ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ଜାଲ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଯୁବ ସଂଗଠକ ସଂଜୀବ ଠାକୁର, ତ୍ରିଲୋକ ନାଥ ସିଂ ପ୍ରମୂଖ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବେହେରାରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମିଶନ ଲାଇଫ୍ ଓ ସ୍ବଚ୍ଛ ଗ୍ରାମ ସମ୍ପର୍କିତ ଚିତ୍ରକଳା ପ୍ରତିଯୋଗିତା, ମହିଳା ମାନଙ୍କ ପାଇଁ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ସଂପାଦକ ଶୁଶିଲ ଚନ୍ଦ୍ର ନାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଶ୍ବର ବାଣୁଆ, ଭିକାରୀ ଗୋପାଳ ଫଟୋଚିତ୍ର ପ୍ରଦର୍ଶନୀ କ୍ଷେତ୍ର ଓ ପୁରସ୍କାର ବିତରଣୀ ପରିଚାଳନା କରିଥିଲେ।

ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ ଭୁଜବଳ ନାଏକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ଅବସରରେ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ନାଟକ, ଲୋକଗୀତ ଓ ନ୍ରୁତ୍ୟ ପରିବେଷଣ କରାଯାଇଥିଲା। କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୁପେଶ ନାଏକ, ରଙ୍ଗାଧର ନାଗ, ସାବିତ୍ରୀ ନାଏକ, ଚାନ୍ଦିନୀ ଭୋଇ, ସଂଗୀତା ବିଶି, ହେମଲତା ନାଗ, ଦୁଲ୍ଲଭି ହଂସ, ଝୁନି ସାହୁ, ହିମାଦ୍ରୀ ଖଣ୍ଡାଧାରୀ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.