DRM ଙ୍କ ରାୟଗଡ ରେଳ ଷ୍ଟେସନ ଗସ୍ତ :କୋଚ ଇଣ୍ଡିକେସନ୍ ବୋର୍ଡ ସିଷ୍ଟମ୍ ର କଲେ ଉଦଘାଟନ

ରାୟଗଡ,୪/୬ : ପୂର୍ବତଟ ରେଳବାଇ ୱାଲଟର ଡିଭିଜନ୍’ର ଡିଭିଜିନାଲ ରେଳବାଇ ମ୍ୟାନେଜର (DRM) ଚେତନ କୁମାର ଶ୍ରୀବାସ୍ତବ ଆଜି (ମଙ୍ଗଳବାର) ରାୟଗଡ ରେଳବାଇ ଷ୍ଟେସନ ଠାରେ କୋଚ ଇଣ୍ଡିକେସନ ବୋର୍ଡ ସିଷ୍ଟମର ଉଦଘାଟନ କରିଛନ୍ତି । ସେ ବିଶାଖାପାଟଣାମରୁ କୋରାପୁଟ ଅଭିମୁଖେ ନିଜ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଉଥିବା ବେଳେ ରାୟଗଡ ରେଳ ଷ୍ଟେସନରେ ମଧ୍ୟାହ୍ନ ୧୨ଟା ସମୟରେ ପଂହଚିଥିଲେ ।

ରାୟଗଡ ରେଳ ଷ୍ଟେସନରେ ନିର୍ମିତ ଫୁଟ୍ ଓଭରବ୍ରିଜ ଓ କାର୍ଯ୍ୟ ଚାଲୁଥିବା ଲିଫ୍ଟ ବ୍ୟବସ୍ଥା ସହ ଯାତ୍ରୀମାନଙ୍କୁ ରେଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାଗୁଡିକ ବୁଲି ଦେଖିବା ପରେ ଷ୍ଟେସନ ମାଷ୍ଟର ପ୍ୟାନେଲ ବୋର୍ଡ ଓ ସିଗନାଲ ସିଷ୍ଟମ ଏବଂ ଟ୍ରେନଗୁଡିକର ଅପରସେନ୍ ସିଷ୍ଟମ ବ୍ୟବସ୍ଥା ଉପରେ ଆଲୋଚନ କରିଥିଲେ । ସେହିପରି ଷ୍ଟେସନର ୧ ନମ୍ବର ପ୍ଳାଟଫର୍ମରେ କୋଚ ଇଣ୍ଡିକେସନ୍ ବୋର୍ଡ ସିଷ୍ଟମର ଶୁଭ ଉଦଘାଟନ କରିଥିଲେ । ରେଳ ମନ୍ତ୍ରଣାଳୟ ପକ୍ଷରୁ ରାୟଗଡକୁ ରେଳ ଡିଭିଜନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏହାର ଭିତ୍ତିଭୂମିକୁ ନେଇ ବିଭାଗ ପ୍ରୟାସ ଜାରି ରଖିଥିବା ବେଳେ ଆଉ ଦୁଇ/ତିନି ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରେ ବୋଲି ମତପ୍ରକାଶ କରିବା ସହ ଡିଭିଜନ ହୋଇଗଲେ ବହୁ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥାଗୁଡିକରେ ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେହିପରି ଗତ ଦୁଇମାସ ହେଲା କୋଚ ଇଣ୍ଡିକେସନ ବୋର୍ଡ ସିଷ୍ଟମର ବ୍ୟବସ୍ଥା ପାଇଁ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ସଂପନ୍ନ ହୋଇଥିବାରୁ ଯାତ୍ରୀମାନେ ନିଜ ଟିକେଟରେ ଉଲ୍ଳେଖ ଥିବା ନିଜ କୋଚକୁ ପାଇବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଷ୍ଟେସନ ମ୍ୟାନେଜର ପି.ସି.ସେଠୀ ସୂଚନା ଦେଇଛନ୍ତି । ରାୟଗଡ ରେଳ ଷ୍ଟେସନ ଦେଇ ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ ନାଗାବଳୀ, ସମତା, ହାଟିଆ, କୋରବା ଭଳି ବିଭିନ୍ନ ଟ୍ରେନର ରହଣୀ ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥିବା ବେଳେ ଯାତ୍ରୀମାନେ ନିଜ କୋଚ ଖୋଜି ପଂହଚିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ କୋଚ ଇଣ୍ଡିକେସନ୍ ବୋର୍ଡ ସିଷ୍ଟମର ଶୁଭାରମ୍ଭ ହେବା ଦ୍ୱାରା ଯାତ୍ରୀମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

ବିଶାଖାପାଟଣାମ୍’ରୁ କୋରାପୁଟ ଅଭିମୁଖେ ଡିଆରଏମଙ୍କ ଗସ୍ତ ସମୟରେ ରାୟଗଡ ଷ୍ଟେସନରେ ଡିଆରଏମଙ୍କ ସମେତ ସିନିୟର ଡିଓଏମ(ଅପରସେନ୍), ସିନିୟର ଡିଏସଟିଇ(ଟେଲିକମ୍), ସିନିୟର ଡିଇଏନ୍ (ନର୍ଥ), ସିିନିୟର ଡିଇଇ (ଟିଆରଡି), ସିନିୟର ଡିଇଇ (ଜିଏନ)ର ବିଭାଗୀୟ ମୁଖ୍ୟଙ୍କ ସମେତ ରାୟଗଡ ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଆରପିଏଫ ଅଧିକାରୀ ଡି.ଏନ୍.ତ୍ରିଲୋକଙ୍କ ନେତୃତ୍ୱରେ ଷ୍ଟେସନ ପରିସରରେ ରେଳବାଇ ସୁରକ୍ଷା ବଳ ଓ ଜିଆରପିଏସ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.