ରାଜ୍ୟରେ ବାଉଁଶ ନୀତି ପ୍ରସ୍ତୁତ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡିଶାରେ ଏକ ସ୍ୱତନ୍ତ୍ର ବାଉଁଶ ନୀତି ପ୍ରଣୟନ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବାଉଁଶରୁ ଅଧିକ ଲାଭ ପାଇବା ଲାଗି ନୀତି ଆୟୋଗ ଏବଂ ଓଡିଶା ରାଜ୍ୟ ସରକାର ଏକ ବ୍ୟାପକ ଯୋଜନା ଉପରେ ଦୀର୍ଘ ଦିନରୁ କାମକରି ଆସୁଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ବାଉଁଶ ଚାଷ ଓ ଏହାର ବ୍ୟବହାରକୁ ବ୍ୟାପକ କରିବାଲାଗି ନକ୍ସା ପ୍ରସ୍ତୁତ କରିବାକୁ ଆୟୋଗ ଦ୍ୱାରା ଅନେକ ବୈଠକ କରାଯାଇଛି । ଉତ୍ପାଦନ ବୃଦ୍ଧି କରି ବିଭିନ୍ନ କ୍ଷେତ୍ରରେ ବାଉଁଶର ବ୍ୟବହାରକୁ ବଢାଇବା ପାଇଁ ସମ୍ଭାବ୍ୟ ରଣନୀତିରେ ଏହାର ଚାଷ ଉତ୍ପାଦନ, ପ୍ରକ୍ରିୟାକରଣ, ମାନକିକରଣ ଓ ବ୍ୟବହାରକୁ ସାମିଲ କରିଥିବା ଜଣାପଡିଛି । ତେବେ ପ୍ରକୃତକଥା ହେଉଛି, ଜୀବାସ୍ମ ଇନ୍ଧନ ଉପରେ ଅଧିକ ନିର୍ଭର ଶୀଳ ନ ହେବା ଲାଗି ସରକାର ବାଉଁଶରୁ ଜୈବ ଇନ୍ଧନ ଉତ୍ପାଦନ ପ୍ରତି ଆଗ୍ରହୀ ଥିବାରୁ ନିତି ଆୟୋଗର ତତ୍ପରତା ପ୍ରକାଶ ପାଇଛି ଏବଂ ସେଥିରୁ ଅର୍ଥନୈତିକ ଉନ୍ନତି ମଧ୍ୟ କରାଯାଇ ପାରିବ ଯେଉଁଥିରେ ବାଉଁଶ ଚାଷକୁ ପ୍ରଥମେ ପ୍ରୋତ୍ସାହନ ଦେବା ଆବଶ୍ୟକ । ଏନେଇ ସାଇନିଙ୍ଗ କଳାହାଣ୍ଡି ତରଫରୁ ନିନ୍ମଲିଖିତ ଦାବୀ ଜଣାଯାଇଛି, ଯଥା ରାଜ୍ୟରେ ଏକ ସ୍ୱତନ୍ତ୍ର ବାଉଁଶ ନୀତି ପ୍ରସ୍ତୁତ କରାଯାଉ, ବାଉଁଶ ଚାଷର ପ୍ରଚାର ପ୍ରସାର ପାଇଁ ଜିଲ୍ଲାରେ ଗବେଷଣା ଏବଂ ଭିତ୍ତିଭୂମିର ବିକାଶ କରାଯାଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଉଁଶ ଚାଷୀ ମାନଙ୍କର ପ୍ରୋତ୍ସାହନ ସୁନିଶ୍ଚିତ କରାଯାଇ ତାଙ୍କର ଆର୍ଥିକ ରୋଜଗାର ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ସହଯୋଗ ଏବଂ ଅନୁକମ୍ପା ରାଶି ବଣ୍ଟନ ପ୍ରକ୍ରିୟାକୁ ସୁଗମ କରାଯାଉ । ବାଉଁଶ ଶିଳ୍ପର ବିକାଶ ପାଇଁ ରାଜ୍ୟରେ ଥିବା S.L.E.C ଏବଂ ଜିଲ୍ଲାରେ ଥିବା D.B.D.A କମିଟିକୁ କାର୍ଯକ୍ଷମ କରାଯାଇ ବାଉଁଶ ଶିଳ୍ପ ମିଶନ ଜରିଆରେ ଚାରା ବଣ୍ଟନ ସୁନିଶ୍ଚିତ କରି ଜୀବନ ଜୀବିକା ମିଶନ କୁ ପ୍ରୋତ୍ସାହନ ଦେବା ସହ ୬୦/୪୦ ଅନୁପାତରେ ଘରୋଇ ଜମିରେ ବାଉଁଶ ଚାଷ କରିବା ସୁନିଶ୍ଚିତ କରାଯାଉ । ବାଉଁଶ ଚାଷ ନର୍ସରୀ ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ଏବଂ ଏହାର ସ୍ୱତନ୍ତ୍ର ଡିପୋ ତଥା ମାର୍କେଟିଙ୍ଗ ସୁନିଶ୍ଚିତ କରିବା । କଳାହାଣ୍ଡି ଜିଲ୍ଲାରେ ପାର୍ବତ୍ୟାଞ୍ଚଳରେ ଥିବା ବ୍ଲକ ମାନଙ୍କରେ ସ୍ୱତନ୍ତ୍ର କାର୍ଯ୍ୟାଳୟ ଓ ଜିଲ୍ଲା ସ୍ତରୀୟ ଟ୍ରେନିଙ୍ଗ କେମ୍ପ ସୁନିଶ୍ଚିତ କରିବା । ୨୦୧୮-୨୦୧୯ ରେ ଆରମ୍ଭ କରାଯାଇଥିବା ନେସନାଲ ବମ୍ବୁ ମିଶନ ଜରିଆରେ ଦିଆଯାଉଥିବା ଆର୍ଥିକ ସହଯୋଗ ଏବଂ ପ୍ରଶିକ୍ଷଣ ପ୍ରକ୍ରିୟାକୁ ଜିଲ୍ଲାରେ କାର୍ଯକାରୀ କରିବା ଆଦି ଦାବୀ ଗୁଡି଼କ ଦିଆଯାଇଛି । ସ୍ୱତନ୍ତ୍ର ବାଉଁଶ ନିତି ତିଆରି କରାଗଲେ ଜୀବନ ଜୀବିକା ଯୋଡିବା ସହ ରୋଜଗାର କ୍ଷମତା ବଢାଇବ ଗ୍ରାମାଞ୍ଚଳରେ । ଏହାର ପ୍ରତିଲିପି ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଓ ପ୍ରମୁଖ ଶାସନ ସଚିବ ଜଙ୍ଗଳ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କୁ ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.