ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ପୋଲିସ ପଡିଆ ଠାରେ ସୋମବାର ପୂର୍ବାହ୍ନ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇ ଯାଇଛି | ଜିଲ୍ଲା ମୁଖ୍ୟ ଭେଟେନାରୀ ଅଧିକାରୀ ଡ଼ ପ୍ରଦୀପ ସେଠ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲପାଳ ହେମାକାନ୍ତ ସାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକାରୀ ଜି. ରାଘବେନ୍ଦ୍ର ରେଡ୍ଡୀ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇଥିଲେ | ଏହା ସହିତ ଜୋନ ୮ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜୋନ ୨ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଡେପୁଟି ଡାଇରେକ୍ଟର ପାର୍ଥ ସାରଥୀ ଦୋରା, ଏ. ଡ଼ି ଭି.ଓ ଡ଼ ବାଳକୃଷ୍ଣ ଦ୍ବିବେଦୀ, ସୁଧାଂଶୁ ଶେଖର ବାରିକ ପ୍ରମୁଖ ଏହି ମେଳା ରେ ମଂଚାସୀନ ଥିଲେ | ତେବେ ଏହି ମେଳା ରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ର ପ୍ରଦର୍ଶନୀ କରାଯାଇଥିଲା | ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା | ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀ ଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞ ମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ | ଏହି ଆବସର ରେ ସଫଳ ବ୍ରୋଏଲର ଚାଷୀ ଭାବେ କୋମନା ବ୍ଲକ କାମକେଡ଼ା ଗାଁ ର ହରିକେଶ ଜାଲ, ଛେଳି ଚାଷୀ ଭାବେ ନୂଆପଡା ବ୍ଲକ ର ବଲୋଦା ଗାଁ ର ପ୍ରେମ ଲାଲ ନାୟକ, ମତ୍ସ୍ୟ ଚାଷୀ ଭାବେ ସିନାପାଲି ବ୍ଲକ ର ହୀରାଲାଲ ସା, ମତ୍ସ୍ୟ ଚାଷୀ (ଏମ. ପି.ୱାଏ) ଭାବେ କୋମନା ବ୍ଲକ ସିଆଲଟି ପଂଚାୟତ ବେଲରଦନା ଗାଁ ର ସନ୍ତୋଷ ବିଶ୍ୱାଳ ଙ୍କୁ ନଗଦ ୫୦୦୦ ଟଙ୍କା ଦେଇ ସଫଳ ଚାଷୀ ଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଭି. ଏ. ଏସ ସତ୍ୟ ରଞ୍ଜନ ବାରିକ, ଟାନୱାଟ ଏଲ. ଆଇ ବବଲୁ ଖାନ ବିଶେଷ ଭାବେ ସହଯୋଗ କରିଥିଲେ |