ଚନ୍ଦ୍ରଶେଖର କଳ୍ପତସ୍ୱର ଯୁବ ସଂଘ ପକ୍ଷରୁ ୪ର୍ଥ ଟେନିସବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଳି ପଞ୍ଚାୟତର ଚଢେଆପଲ୍ଲୀ ଚନ୍ଦ୍ରଶେଖର କଳ୍ପତସ୍ୱର ଯୁବ ସଂଘ ତରଫରୁ ଚତୁର୍ଥ ଥର ଟେନିସବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏନଏସି କାଉନସିଲର ତଥା ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାଙ୍କୁଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚରେ ବାରସର ଟିମ୍ ବ୍ୟାଟିଙ୍ଗ କରି ୧୦୩ ରନ କରିଥିବା ବେଳେ ଓ ସମରଝୋଲ ୬୬ ରନ କରି ଅଲ ଆଉଟ ହୋଇଯାଇଥିଲେ। ବାରସର ବିଜୟୀ ହୋଇଥିଵା ବେଳେ ସୁବାଶିଷ ଦାସଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ଗଞ୍ଜାମ ଟିମ ଭର୍ସେସ ସାରୁ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚରେ ଗଞ୍ଜାମ ଟିମ ପ୍ରଥମ ବ୍ୟାଟିଙ୍ଗ କରି ୧୦୦ ରନ କରିବା ପରେ ଦ୍ୱିତୀୟ ସାରୁ ଟିମ୍ ୮୮ ରନ କରି ଅଲ ଆଉଟ ହୋଇଥିଲା। ଗଞ୍ଜାମ ଟିମ୍ ବିଜୟୀ ହୋଇଥିବାବେଳେ ମେନଅଫ ଦ ମ୍ୟାଚ ରମେଶକୁ ପୁରସ୍କୃତ କରାଯାଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସୁଶାନ୍ତ ଗୌଡ଼, ଜିତେନ୍ଦ୍ର ଗୌଡ଼, ରାମ କୃଷ୍ଣ ଗୌଡ଼, ସୋମନାଥ ଗୌଡ଼, ମନୋଜ ଗୌଡ଼, ପ୍ରଦୀପ ମହାରଣା, ରବୀନ୍ଦ୍ର ବେହେରା, ବିଚିତ୍ର ଗୌଡ଼ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.