ଶାନ୍ତି, ମୈତ୍ରୀ, ଏକତା, ସମୃଦ୍ଧି, ସଂହତିର ବାର୍ତ୍ତାବହ ବାବା ସାହେବଙ୍କ ପୂଣ୍ୟତିଥି

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ପକ୍ଷରୁ ସଦଭାବନା ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ, ନ୍ୟାୟାବିତ, ରାଜନୀତିଜ୍ଞ ତଥା ସମାଜ ସଂସ୍କାରକ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ଅବସରରେ ସଦଭାବନା ସମାବେଶ ଆୟୋଜିତ ହେଇଯାଇଛି। ସଂଗଠନ ଉପସଭାପତି ତ୍ରିଲୋକନାଥ ସିଂଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ବେହେରା ଗ୍ରାମ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମାବେଶରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସଂଗଠକ ଅଶୋକ ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବରେ ଲଖୀରାମ ଅଗ୍ରଓ୍ୱାଲ କଲେଜ ଅଧ୍ୟାପକ ମୋହନ ଚରଣ ବିଶି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଯୁବ ସଂଗଠକ ବିଜୟ ଦେବ ସାହୁ, ନାରୀନେତ୍ରୀ ତଥା ଧର୍ମଗଡ ବ୍ଲକ ଉପାଧ୍ୟକ୍ଷା ମନୀଷା ମିଶ୍ର ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ବିରଜା ପ୍ରସାଦ ପଣ୍ଡା, ସଂଜୀବ ଠାକୁର, ଲଳିତ ବାଣୁଆ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନ ସଦସ୍ଯ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶାନ୍ତି, ମୈତ୍ରୀ, ଏକତା, ସମୃଦ୍ଧି,ସଂହତିର ବାର୍ତ୍ତାବହ ଏହି କାର୍ଯ୍ୟକ୍ରମ ଅବସରରେ ଖୁଣ୍ଟିଆ ଓ ମୂଷାପାଲି ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଗରୀବ ଅସହାୟ ବିକଳାଙ୍ଗ, ବିଧବାମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହିତ ଦୁଇ ଜଣ ଶତାୟୁ ମଙ୍ଗୁଳି ନାଏକ ଓ ତପୁ ନାଏକଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚାଲିଥିବା ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ସଚେତନ କରାଯାଇଥିଲା। ମିଶନ ଲାଇଫ ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଶେଷରେ ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ରଜତ ବଂଶଲ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଦଣ୍ଡପାଟ ଯୁବ ସେବା ସଂଗଠନ ସଂପାଦକ ଭୁଜବଳ ନାଏକ, ସହ ସଂପାଦକ ଶୁଶିଲ ଚନ୍ଦ୍ର ନାଗ, କୋଷାଧ୍ଯକ୍ଷ ଭିକାରୀ ଚରଣ ଗୋପାଳ, ସଂଗଠନ ଓ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀର ସମସ୍ତ ସଦସ୍ଯ ସଦସ୍ୟା ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.