କଲମପୁର ଦ୍ରୋଣାଚାର୍ଯ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ଦ୍ରୋଣାଚାର୍ଯ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୭ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା କଲମପୁର ଜଗନ୍ନାଥ ମନ୍ଦିର ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଆଶିଷ କୁମାର ସାହୁଙ୍କ ଦ୍ଵାରା ଏହି ଉତ୍ସବ ଉଦଘାଟିତ ହୋଇଥିଲା। ପରେ କଲମପୁର ମିନି ଷ୍ଟାଡିୟମରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ କ୍ରୀଡା ଶିକ୍ଷୟତ୍ରୀ ସୁନମ୍ ବାନୋ ସମସ୍ତ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ରୁପଶ୍ରୀ କୁମାରୀ ଦେବୀ, କ୍ରୀଷ୍ଣା ସିଂ, ରୀତା ବାଗ, ସମିତା ବଗର୍ତ୍ତୀ, ଶେଫାଳୀ ପଣ୍ଡା, ସ୍ବସ୍ତିପ୍ରଜ୍ଞା ପଣ୍ଡା ଓ ଶିକ୍ଷକ ଅମିତ ରଣା, ରୋସନ ରାଜପୁତ ପ୍ରମୁଖ ସହଯୋଗ କରିଥିଲେ। ଉଦଯାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷକ ଅମିତ କୁମାର ସେନାପତି, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କାର୍ଯ୍ୟକାରୀ ସଦସ୍ୟ ବବ୍ରୁ ବାହାନ ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଅବିନାଶ ସାହୁ, ନିବେଦିତା ହଂସ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଶାରୀରିକ ସୁସ୍ଥତାର ଆବଶ୍ୟକତା ଓ ନିଜ ଅଞ୍ଚଳରେ କ୍ରୀଡାରେ ଗୌରବ ଆଣିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଏହି ଉତ୍ସବରେ ୧୧ ଟି ଗ୍ରୁପରେ ୨୫ ଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଓ ବିଦ୍ୟାଳୟର ୧୦୬ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବାର୍ଷିକ କ୍ରୀଡା ଉତ୍ସବରେ ନର୍ସରୀ ବିଭାଗରେ ଆଦ୍ୟାଶା ବାଣୁଆ, ପ୍ରାଥମିକ ବିଭାଗ ୧ମ ରୁ ୫ମ ଶ୍ରେଣୀ ପ୍ରଯ୍ୟନ୍ତ ଶ୍ରିନୁ ନାଗ ଓ ମନଭି ମେହକ ହଂସ ଶ୍ରେଷ୍ଠ କ୍ରୀଡାବିତ ଭାବେ ବିବେଚନା କରି ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।ଅବିଭାବକ ମାନଙ୍କ ମଧ୍ୟରେ ଏକ ଖେଳ ପ୍ରତିଯୋଗିତା ହୋଇଥିଲା ତାହା ବହୁତ ଆକର୍ଷଣ ଥିଲା। ଏଥିରେ ବାପା ମାନଙ୍କ ପ୍ରତିଯୋଗିତାରେ ଆଶିଷ ଶର୍ମା ଓ ମାଁ ମାନଙ୍କ ମଧ୍ଯରେ ତପସ୍ୱିନୀ ସୁନାନି ଶ୍ରେଷ୍ଠ କ୍ରୀଡାବିତ ହୋଇ ପୁରସ୍କୃତ ହୋଇଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ପ୍ରଶାନ୍ତ କଟା କରିଥିବା ବେଳେ ପ୍ରଧାନ ଶିକ୍ଷକ ଆଶିଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.