ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଚୂଡାନ୍ତ ହେଲା ପ୍ରସ୍ତୁତି

ବାଲେଶ୍ବରରେ ନୂତନ ଭାବେ କାର୍ଯ୍ୟକ୍ରମ ଧାରା ଜାରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ବାଲେଶ୍ବର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏଥି ନିମନ୍ତେ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଯୋଜନା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଦୁଲାଳସେନ ଜଗଦ୍ଦେବ, ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଳରାମ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର,ଜିଲ୍ଲା କ୍ରୀଡ଼ା ସଙ୍ଘର କର୍ମକର୍ତ୍ତା ଓ ଅନ୍ୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଅଂଶ ଗ୍ରହଣ କରି ଏହି ପ୍ରତିଯୋଗିତାର ସଫଳ ଆୟୋଜନ ନିମନ୍ତେ ସୁଚିନ୍ତିତ ମତାମତ ସହ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ଉଲ୍ଲେଖଯୋଗ୍ୟ ଯେ ଚଳିତ ଡ଼ିସେମ୍ବର ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପରମିଟ ପଡିଆ ଏବଂ କ୍ରୀଡ଼ା ଛାତ୍ରାବାସ ପଡିଆ ଠାରେ ୬ଟି ସ୍ପର୍ଦ୍ଧାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଜିଲ୍ଲାର ୧୨ଟି ବ୍ଲକରୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାର ବିଜେତା ଦଳମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଟେନିସ ବଲ୍ କ୍ରିକେଟ୍, ଫୁଟବଲ୍,ହକି,କବାଡି,ଖୋ – ଖୋ ଓ ଭଲିବଲ୍ ଖେଳରେ ବାଳକ ଓ ବାଳିକା ଦଳ ମାନଙ୍କର ୧୮୦୦ ରୁ ଉର୍ଦ୍ଧ୍ବ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ନକ୍ ଆଉଟ୍ ଆଧାରରେ ହେବ। ବିଜେତା ଦଳ ମାନଙ୍କୁ ୫୦,୦୦୦/- ଟଙ୍କାର ଅର୍ଥରାଶି, ପ୍ରଥମ ଉପ ବିଜେତା ଦଳଙ୍କୁ ୩୦,୦୦୦/- ଟଙ୍କା, ଦ୍ୱିତୀୟ ଏବଂ ତୃତୀୟ ଉପ ବିଜେତା ଦଳଙ୍କୁ ୨୦,୦୦୦/- ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯିବ। ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ଡ଼ିସେମ୍ବର ୨୭ ତାରିଖରେ ପରମିଟ ପଡ଼ିଆରେ ହେବାକୁ ଥିବାବେଳେ ପୁରସ୍କାର ବିତରଣୀ ଉତ୍ସବ ଆସନ୍ତା ଜାନୁଆରୀ ୬ ତାରିଖରେ ସ୍ଥାନୀୟ ପୋଲିସ ଲାଇନ୍ ପଡିଆ ଠାରେ ହେବାକୁ ସ୍ଥିରୀକୃତ ହୋଇଛି। ସମସ୍ତ କାର୍ଯ୍ୟକ୍ରମକୁ ବିପୁଳ ଯୋଗଦାନ ପୂର୍ବକ ସଫଳ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.