ଭାରତୀୟ କିଷାନ ସଂଘ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ବାତ୍ୟା ମିଗଜୋମ ପ୍ରଭାବରେ ୫/୬ ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି l ଏହି ପରିପେକ୍ଷୀ ଭାରତୀୟ କିଷାନ ସଂଘ ସଇଁତଳା ଶାଖା ତରଫରୁ ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକଙ୍କ ନେତୃତ୍ୱରେ ସଇଁତଳା ତହସିଲଦାର ଅନୁପସ୍ଥିତ ଥିବା ବେଳେ ସେକ୍ସନ ଅଫିସର ନୀଳ ମାଧବ ପଟ୍ଟନାୟକଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ସଇଁତଳା ବ୍ଲକର ୨୨ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଅମଳ ଧାନ ଗୁଡିକ ଚାଷୀ ଚାଷ ଜମିରେ ଧାନ କାଟି ପଡି ରହିଥିବା ବେଳେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଦେଖାଦେଇଛି l ଏପରିକି ଅମଳ ଧାନ ଫସଲଗୁଡିକ ନଷ୍ଟ ହୋଇଥିବା ସହିତ ଚଳିତ ବର୍ଷ ଚାଷୀ ମୁଗ, ବିରି, କୋଳଥ, କପା, ଚଣା ଆଦି ଚାଷ କରିଥିବା ବେଳେ ବର୍ଷାରେ ପନିପରିବା ଚାଷଗୁଡିକ ବେହାଲ ହେଇଛି l ଏହି ବର୍ଷା ହେବା ଯୋଗୁଁ ଚାଷୀ ଅମଳ ଧାନ କୁ କ୍ଷେତ ରେ ଛାଡି ଦେଇଥିବା ବେଳେ କିଛି ଧାନକୁ ପଲିଥିନ ସାହାଯ୍ୟରେ ଢ଼ାପି କରି ରଖିଥିବା ଦେଖାଦେଇଛି l ବର୍ତମାନ ପର୍ଯ୍ୟନ୍ତ ତହସିଲ ବିଭାଗ ଓ କୃଷି ବିଭାଗ କ୍ଷୟକ୍ଷତି ଅଞ୍ଚଳକୁ ଆକଳନ କରିବା ପାଇଁ ଆସି ନ ଥିବା ଚାଷୀ ସଂଗଠନ ତରଫରୁ ଅଭିଯୋଗ କରିଛନ୍ତି l ଏଣୁ ଏ ଦିଗରେ କୃଷି ବିଭାଗ ତୁରନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକକୁ ଯାଇ କ୍ଷୟକ୍ଷତି ଆକଳନ କରି ତୁରନ୍ତ ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳର ବ୍ଲକ ସଂଯୋଜକ ସୁଧୀର ପଣ୍ଡା, ଲଳିତ ଯୋଶୀ, ନରେନ୍ଦ୍ର ନାଗ, ବୀରେନ୍ଦ୍ର ରଣା, ଯୁବରାଜ ନାଗ, ରଘୁ ରଣା, ରାମ ବଗର୍ତି, ବାବୁଲା ବଗର୍ତି, ସୁଶୀଲ କରନ, ବଳରାମ ଠାକୁର, ପରମା ଭୋଇ, ପ୍ରମୋଦ ବାରିକ ଓ ଧୂରନ୍ଦ୍ରର ବାରିକଙ୍କ ସମେତ ସଂଘ ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.