ମୁମ୍ବାଇରେ ନର୍ଲାର ପୁଅ ହେମସାଗର ପାଇଲେ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆଓ୍ବାର୍ଡ-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁମ୍ବାଇ ୟଙ୍ଗିସ୍ତାନ ଫାଉଣ୍ଡେସନ(ଭଏସ୍ ଅଫ୍ ୟଙ୍ଗ ହିନ୍ଦୁସ୍ଥାନ) ତରଫରୁ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆଓ୍ବାର୍ଡ – ୨୦୨୪ ପାଇଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପଲସାପଡ଼ା ଗ୍ରାମ ବାସିନ୍ଦା ତଥା ଚନ୍ଦ୍ରଧ୍ୱଜ ସାହୁ ଓ କନକ ସାହୁଙ୍କ ସୁପୁତ୍ର ହେମସାଗର ସାହୁ ଯାହାକି ବେଦାନ୍ତ କଲେଜ କଲ୍ୟାଣ ଉଲ୍ହାସ ନଗର, ମୁମ୍ବାଇରେ ଅନୁଷ୍ଠିତ ହେଇଥିଲା । ୟଙ୍ଗିସ୍ତାନ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ମିଥୀଲେଶ ଝା ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଶ୍ରୀ ରୁବେନ୍ ମାସ୍କାରେନ୍ହସ୍ ପ୍ରତିଷ୍ଠାତା – (ଫୁଡ଼ ନିଡେଡ ଅର୍ଗାନାଇଜେସନ),ସମ୍ମାନିତ ଅତିଥି ଡକ୍ଟର ରୁପିନ୍ଦର ମୁଜ୍ରାନି, ପୂର୍ବତନ ଡେପୁଟି କମିଶନର ତଥା ପ୍ରତିଷ୍ଠାତା-ସୋଲନ୍ସ ଇଣ୍ଡିଆ, ଶ୍ରୀମତୀ ସରିତା ଖାନଚାନ୍ଦାନୀ ସଭାପତି-ହିରାଲୀ ଫାଉଣ୍ଡେସନ୍, ଜିବନ ଭିଖାରେ-ଏନଏସଏସ ଜିଲ୍ଲା କନଭେନର ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଡ଼. ବିଶ୍ୱନାଥନ ଆୟର, ରିଷି ସର୍ଦ୍ଦାର, ମୟୂରେଶ ପାଲାଣ୍ଡେ, ଦେବେନ୍ଦ୍ର ସିଂ, ଶ୍ରୀ ଶଶିକାନ୍ତ ଡ଼ାୟମା ଉପସ୍ଥିତ ଥିଲେ। ୟଙ୍ଗିସ୍ତାନ ଫାଉଣ୍ଡେସନ ପ୍ରତି ବର୍ଷ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତବର୍ଷର ୩୦ ଜଣ ଯୁବକଙ୍କୁ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆଓ୍ବାର୍ଡ ପ୍ରଦାନ କରିଥାଏ । ସମାଜସେବାରେ ନିଜକୁ ନିୟୋଜିତ କରିଥିବା ନର୍ଲା ପଲସାପଡ଼ାର ହେମସାଗର ସାହୁ । ୨୨ଥର ରକ୍ତଦାନ କରିଥିବା ୩୦ ବର୍ଷୀୟ ହେମସାଗର ନିଜ ଅଞ୍ଚଳରେ କରୋନା ମହାମାରୀ ସମୟରେ ଲୋକମାନଙ୍କ ପାଖକୁ ଯାଇ ସଚେତନତା କରିବା ସହ ଅସହାୟ ଲୋକମାନଙ୍କୁ ଖାଇବା ବ୍ୟବସ୍ଥା ଏବଂ ନିଜ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ ଥିବା ଅସହାୟ ରୋଗୀ ଙ୍କୁ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ସମସ୍ତ ସକ୍ରିୟ ସଦସ୍ୟ ମିଶି ପ୍ରତିଦିନ ରୋଷେଇ କରି ୮୦ ଜଣଙ୍କୁ ଖାଦ୍ୟ ବ୍ୟବସ୍ଥା କରିଥିଲେ ୧ ମାସ ପର୍ଯ୍ୟନ୍ତ। ଏଥୁସହିତ ଏପର୍ଯ୍ୟନ୍ତ ହେମସାଗର ୪୦ରୁ ଉର୍ଦ୍ଧ୍ବ ଥର ରକ୍ତଦାନ ଶିବିରର ଆୟୋଜନ କରିବା ସହ , ପରିବେଶ ସୁରକ୍ଷା ତ‌ଥା ବିଭିନ୍ନ ସଚେତନତାମୂଳକ ଯୁବ ସଚେତନ ଶିବିରର ଆୟୋଜନ, ବିଭିନ୍ନ ସେଚେତନେତା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର – କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଛନ୍ତି। ବିଶେଷକରି କରୋନା ଭଳି ମହାମାରୀ ସମୟରେ ବିପଦକୁ ସାମ୍ନା କରି ଲୋକଙ୍କୁ ସେବା ଯୋଗାଇ ଅଳ୍ପ ବୟସରୁ ଜଣେ ସମାଜସେବୀ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ। ସମାଜପ୍ରତି ଏଭଳି ଉତ୍ସର୍ଗୀକୃତ ମନୋଭାବ ପାଇଁ ହେମସାଗର ସାହୁ ପୂର୍ବରୁ ଓଡିଶା ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ , ୨୦୨୦ ରେ ଭଦ୍ରକ ଠାରେ ଅନୁଷ୍ଠିତ ହୋଇଥିବା ୭୨ତମ ଜାତୀୟ ମାନବଧିକାର ଦିବସ ରେ ଭଦ୍ରକ ଠାରେ ମାନବ ଉତ୍କର୍ଷ ସମ୍ମାନ, ୨୦୨୧ ରେ ଓଡ଼ିଶା ସରକାରଙ୍କ ବନ ଭିବାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ଓ ନିଜ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର ତରଫରୁ ୨୦୨୩ ସମ୍ବର୍ଦ୍ଧିତ ହୋଇଥିବାବେଳେ ଚଳିତବର୍ଷ ପ୍ରାଇଡ ଅଫ୍ ୟଙ୍ଗ୍ ହିନ୍ଦୁସ୍ତାନ ଆଓ୍ବାର୍ଡ ପାଇ ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲାକୁ ଗୌରବାନ୍ବିତ କରିଥିବାରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.