ସୁଜନ ନାଗ ସ୍ମାରକୀ ଟୁର୍ନାମେଣ୍ଟ: ପୁଲ୍-ବି ର ପ୍ରଥମ ମେଚରେ ରିଜ୍ୟୁଲ୍ ସ୍ପୋର୍ଟିଂ ବିଜୟୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସ୍ଥାନୀୟ ରୟାଲପଡିଆ ଠାରେ ଚାଲିଥିବା ୧୧ ତମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଚତୁର୍ଥ ଦିବସରେ ସ୍ପୋର୍ଟ ହଷ୍ଟେଲ ସମ୍ବଲପୁର ବନାମ ରିଜୁଲ ସ୍ପୋର୍ଟିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ ରେ ରୀଜୁଲ ସ୍ପୋର୍ଟିଙ୍ଗ ୬-୨ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ବେଷ୍ଟ ଗୋଲ କିପର ଓମ ସାହୁ, ବେଷ୍ଟ ଡିଫେନ ପ୍ରହଲ୍ଲାଦ ମାଝୀ, ବେଷ୍ଟ ଉଇଙ୍ଗର ଉମେଶ ଭୋଇ, ବେଷ୍ଟ ମିଡଫିଲ୍ଡ ଆଦିତ୍ୟ ଓରାମ, ସମ୍ବଲପୁର ଓ ମେନ ଅଫ ଦ ମେଚ ଦେବରାଜ ସା, କାହ୍ନୁ ଚରଣ ମାରାଣ୍ଡି ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସୁବର୍ଣ୍ଣପୁର ଏହି ଖେଳରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଗୋରେଖ ନାଥ ସାହୁ, ନିଶାନ୍ତ ମହାନ୍ତି, ଲୋକନାଥ ରଥ, ଜୟ କୁମାର ସାହା ଓ ସୁଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନୀଳକଣ୍ଠ କହଁର ଏବଂ ଆୟୋଜକ କମିଟିର ଅଧ୍ୟକ୍ଷ ଜଳନ୍ଧର ଦୀପ ଅନ୍ୟତମ ଅତିଥି ଭାବରେ ଯୋଗ ଦାନ କରିଥିଲେ। ଆଜିର ଖେଳକୁ ଚିକୁ ବଡ଼ପଣ୍ଡା, ଜଗତ ଜଗଦଲା, ରାଜେଶ ଥାନାପତି, ପ୍ରଶାନ୍ତ ସେଠି ଲାଇନ୍ସମେନ ଭାବରେ ସହଯୋଗ କରି ଥିଲେ। ତ୍ରିଲୋଚନ ସେନାପତି ମ୍ୟାଚ କମିଶନର ଭାବରେ ଦାଇତ୍ୱ ତୁଲାଇ ଥିଲେ। ଆଲମ ଭୋଇ ଧାରା ବିବରଣୀ ପ୍ରଦାନ କରି ଥିଲେ, ପୁରସ୍କାର ବିବରଣୀ କାର୍ଯ୍ୟକର୍ମ କୁ ଏକାଡେମୀ ର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ l ଖଗେଶ୍ୱର, ଜନ୍ମେଜୟ,ଦୀପକ, ନେଉଳ, ରବି, ନଟ, ଭୁର୍ଷୁବ ପ୍ରମୁଖ ସହଯୋଗ କରି ଥିଲେ। ଶୁକ୍ରବାର ମେଚରେ ଦୋସ୍ତି ସୁନ୍ଦରଗଡ ବନାମ ବୀରମହାରାଜପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.