ସମ୍ବଲପୁର-ଗୋପାଳପୁର ରେଲଲାଇନ୍ ସୁବର୍ଣ୍ଣପୁର ଦେଇ ଯିବା ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଦେଇ ସମ୍ବଲପୁର – ଗୋପାଳପୁର ରେଳ ଲାଇନ ଯିବା ନେଇ ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମାନ୍ୟବର ସାଂସଦ ବଲାଙ୍ଗିର ସଂଗୀତା କୁମାରୀ ସିଂଦେଓ ଙ୍କୁ ଉକ୍ତ ଦାବୀ କୁ ନେଇ ଅନେକ ଥର ପତ୍ର, ମେଲ୍, ଟୁଇଟ, ଏକ୍ସ ଜରିଆରେ ମଧ୍ୟ ସରକାରଙ୍କ ପାଖରେ ଦାବୀ ରଖାଯାଇଛି ହେଲେ ଜିଲ୍ଲା ବାସୀଙ୍କ ଦାବୀ ପ୍ରତି ସରକାର ନୀରବ ରହିଛନ୍ତି ବୋଲି ସଚେତନ ନାଗରିକ ମଞ୍ଚ ର କର୍ମକର୍ତ୍ତା କହିଛନ୍ତି। ହେଲେ ଏହି କିଛି ଦିନ ପୂର୍ବରୁ ସେମାନେ ଜାଣିବାକୁ ପାଇଲେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଦେଇ ସମ୍ବଲପୁର ଗୋପାଳପୁର ରେଲଲାଇନ୍ ପାଇଁ ପୁନର୍ବାର ଡି.ପି.ଆର.ପ୍ରସ୍ତୁତ କରାଯାଉଥିବା କଥା। ତାହା ଜାଣିବା ପରେ ଆଉଥରେ ମାନ୍ୟବର ରେଳମନ୍ତ୍ରୀଙ୍କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଜରୀଆରେ ସୁବର୍ଣ୍ଣପୁର ଜିଲ୍ଲା କୁ ମଧ୍ୟ ସାମିଲ୍ କରାଯିବା ପାଇଁ ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଜିଲ୍ଲାର ସଚେତନ ନାଗରିକ, ବୁଦ୍ଧିଜୀବୀ, ବ୍ୟବସାୟୀ ସଂଘଙ୍କ ଦସ୍ତଖତ ସମ୍ଵଳିତ ଏକ ଦାବୀ ପତ୍ର  ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭପତି ସିତାଂଶୁ ଶେଖର ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖ ନାଥ ସାହୁ, ଭିକାରୀ ପୃଷ୍ଟି, ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ବାଙ୍କାନିଧି ରାୟଗୁରୁ, ପଞ୍ଚାନନ ବାରିକ, ବିନୋଦ ମେହେର, ନିରଞ୍ଜନ ତ୍ରିପାଠୀ, ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.